ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ଆଣିଛନ୍ତି ମୀରାବାଈ ଚାନୁ | ସେ ମହିଳା ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଏହି ପଦକ ହାସଲ କରିଛନ୍ତି। ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି ମୀରାବାଈଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଅସାଧାରଣ ମୀରାବାଈ ଭାରତକୁ ପୁଣି ସଫଳତା ଦେଇଛନ୍ତି। ତାଙ୍କ ସଫଳତା ଅନେକ ଭାରତୀୟଙ୍କ ପାଇଁ ପ୍ରେରଣାଦାୟୀ ହେବ। ଆଜି ମଧ୍ୟ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ଆଉ ଏକ ପଦକ ହାସଲ କରିଛି। ଭାରୋତ୍ତୋଳନର ୬୧ କେଜି ପୁରୁଷ ବର୍ଗରେ ପି. ଗୁରୁରାଜ ବୋଞ୍ଜ ପଦକ ଜିତିଛନ୍ତି। ଭାରୋତ୍ତୋଳନରେ ଭାରତର ଉନ୍ନତ ପ୍ରଦର୍ଶନ ଜାରି ରହିଛି। ଫଳରେ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ପଦକ ସଂଖ୍ୟା ୨ରେ ପହଞ୍ଚିଛି । ପୂର୍ବରୁ ଆଜି ଭାରୋତ୍ତୋଳନର ୫୫ କିଗ୍ରା ପୁରୁଷ ବର୍ଗରେ ଭାରତର ସଂକେତ ସାଗର ରୌପ୍ୟ ପଦକ ଜିତି ଭାରତ ପାଇଁ ପ୍ରଥମ ପଦକ ବିଜୟୀ ହେବାର ଗୌରବ ଅର୍ଜନ କରିଥିଲେ । ଭାରୋତ୍ତୋଳନରେ ଚମତ୍କାର ପ୍ରଦର୍ଶନ କରି ସେ ରୌପ୍ୟ ପଦକ ହାସଲ କରିଥିଲେ।ସେହିପରି ଭାରତକୁ ଭାରୋତ୍ତୋଳନରେ ଆଉ ଏକ ରୌପ୍ୟ ପଦକ ମିଳିଛି। ବର୍ମିଂହାମରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡା-୨୦୨୨ରେ ଭାରତ ତାର ସଫଳତା ଜାରି ରଖିଛି । ପୂର୍ବରୁ ଭାରତ ଏଥିରେ ୩ଟି ପଦକ ଜିତି ସାରିଥିବା ବେଳେ ଗତକାଲି ଭାରତ ତାର ୪ର୍ଥ ପଦକ ହାସଲ କରିଛି । ଭାରୋତ୍ତୋଳିକା ବିନ୍ଦ୍ୟାରାଣୀ ଦେବୀ ୫୫ କି.ଗ୍ରା ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି । ବିନ୍ଦ୍ୟାରାଣୀ ମୋଟ୍ ୨୦୨ କିଲୋ ଉଠାଇ ଏହି ରୌପ୍ୟ ଜିତିଥିବା ଜଣାପଡ଼ିଛି । ପ୍ରଥମେ ପର୍ଯ୍ୟାୟରେ ବିନ୍ଦ୍ୟାରାଣୀ ୮୧ କେଜି ଓ ଦ୍ୱିତୀୟ ପର୍ଯ୍ୟାୟରେ ୮୪ କେଜି ଉଠାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ୮୬ କେଜି ଉଠାଇଥିଲେ । ପରେ ପରେ ବିନ୍ଦ୍ୟାରାଣୀ ୨୦୨ କିଲୋ ଉଠାଇ ରୌପ୍ୟ ଜିତିଛନ୍ତି ।
More Stories
ଜମ୍ମୁ-କାଶ୍ମୀରରେଏକାଧିକ ସ୍ଥାନରେ ଏନଆଇଏର ଚଢାଉ…..
ଦିଲ୍ଲୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ଆପ୍……
ଅଦାନୀ ଗ୍ରୁପ :ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ, ଖଣ୍ଡନ କଲା ଗ୍ରୁପ୍…..