ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ନିଯୁକ୍ତ ହୋଇଛନ୍ତି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ୩୦ ଜୁନ୍ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ମିର୍ଦ୍ଧା ଟପ୍ପୋଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ କେନ୍ଦୁଝରରେ ଡୁଡା (ଜିଲ୍ଲା ନଗର ଉନ୍ନୟନ ସଂସ୍ଥା)ର ପ୍ରକଳ୍ପ ନିର୍ଦ୍ଦେଶକ ଭାବରେ ଟପ୍ପୋ କାର୍ଯ୍ୟ କରୁଥିଲେ।ସେହିପରି ଗତକାଲି ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଗ୍ରାମୀଣ ବିକାଶ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଶାଶ୍ୱତ ମିଶ୍ର ପ୍ରଧାନ ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି।






More Stories
୧ରୁ ସୁଭଦ୍ରା ନୂଆ ଆବେଦନ…..
ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ….
ସରିଲା ଯୁକ୍ତ ୨ ପରୀକ୍ଷା:୪୫ ଦିନ ଭିତରେ ରେଜଲ୍ଟ…..