ରିପୋର୍ଟ କାର୍ଡ / ଭୁବନେଶ୍ୱର
ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝରର ଘଟଗାଁରୁ ମିଳିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ତାଙ୍କ ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଗତ ୬ ତାରିଖରେ ଭୁବନେଶ୍ୱରରେ ଶୁଭମିତ୍ରାଙ୍କୁ ହତ୍ୟା କରି ତାଙ୍କ ଡେଡ୍ବଡିକୁ କାର୍ ଯୋଗେ ଦୀପକ କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳକୁ ନେଇଥିଲେ। ପରେ ଘଟଗାଁ ଅଞ୍ଚଳର ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ। ମୃତଦେହ ନେଇଥିବା କାର୍କୁ ପୋଲିସ ଜବତ କରିଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି। ଉକ୍ତ ଘଟଣାର ତଦନ୍ତ ପାଇଁ ଘଟଗାଁରେ କମିଶନରେଟ୍ ପୋଲିସର ୧୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ଅଭିଯୁକ୍ତ କୁହାଯାଉଥିବା ଦୀପକ-ଶୁଭମିତ୍ରାଙ୍କ ମ୍ୟାରେଜ ସାର୍ଟିଫିକେଟ ମିଳିଛି। ଶୁଭମିତ୍ରା ସାହୁଙ୍କୁ କୋର୍ଟରେ ବିବାହ କରିଥିଲେ ଦୀପକ ରାଉତ ଯାହା ଏବେ ଚର୍ଚ୍ଚା ହେଉଛି। ୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ହତ୍ୟା କରାଯାଇଥିବା ପୋଲିସକୁ ସୂଚନା ମିଳିଛି।






More Stories
ଆଜିଠାରୁ ବରଗଡ଼ ଧନୁଯାତ୍ରା……
ସାଦା ପୋଷାକରେ ଜଗିବ ପୋଲିସ…..
ଶ୍ରୀମୟୀଙ୍କ ବିସ୍ଫୋରକ ମନ୍ତବ୍ୟ……