Report Card Odisha

| Daily Odia News

ମିଶନ୍‌ ଶକ୍ତି ଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଘୋଷଣା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ମହିଳାମାନଙ୍କୁ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଇଥାନ୍ତି | ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ୍‌ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଯାଉଥିବା ବିନା ସୁଧରେ ଋଣ ପରିମାଣକୁ ବୃଦ୍ଧି ହେବ |୨୦୨୨ ଏପ୍ରିଲ ପହିଲାରୁ ପିଛିଲା ଭାବେ ଏହି ନୂଆ ଋଣ ବ୍ୟବସ୍ଥା ଲାଗୁ ହେବ । ଏବେ ରାଜ୍ୟ ସରକାର ମିଶନ୍‌ ଶକ୍ତି ଋଣ ୩ ଲକ୍ଷରୁ ୫ ଲକ୍ଷକୁ ସରକାର ବୃଦ୍ଧି କରିଛନ୍ତି । ଏନେଇ ବିଧାନସଭାରେ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ୍‌ ସୂଚନା ଦେଇଥିଲେ । ଏହାପରେ ଋଣ ପରିମାଣ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । ଗତ ୫ ବର୍ଷରେ ମିଶନ୍ ଶକ୍ତି ଜରିଆରେ ମହିଳାଙ୍କୁ ୧୭ ହଜାର କୋଟିର ଋଣ ଦିଆଯାଇଛି । ଆଗାମୀ ୫ ବର୍ଷରେ ମିଶନ୍‌ ଶକ୍ତି ଗ୍ରୁପ୍‌କୁ ୫୦ ହଜାର କୋଟି ଋଣ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏହି ନିଷ୍ପତ୍ତି ଦ୍ୱାରା ମହିଳାମାନଙ୍କୁ ସଶକ୍ତ କରିବା ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ । ଏହି ଋଣ ରିହାତି ଯୋଜନାରେ ୪ଲକ୍ଷ ମହିଳା ଏସଏଚଜିଙ୍କ ବ୍ୟାଙ୍କ ଖାତାକୁ ୫୦୦କୋଟି ଟଙ୍କାର ସୁଧ ରାଜ୍ୟ ସରକାର ଫେରସ୍ତ କରିଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

 

 

 

 

Breaking News