ରିପୋର୍ଟ କାର୍ଡ / ଯାଜପୁର
ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ହତ୍ୟାକାଣ୍ଡ ଫାଇଲ୍ ପୁଣି ଖୋଲିବ। ଏହି ପ୍ରସଙ୍ଗରେ କିଛି ବିଜେପି ନେତା ଆଇନମନ୍ତ୍ରୀଙ୍କୁ ଭେଟି ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ମନ୍ତ୍ରୀ ମଧ୍ୟ ଏହି ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଏବେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ମନରେ ଛନକା ପଶିଛି।ବିଜେପିର ଓବିସି ମୋର୍ଚ୍ଚା ସଂଯୋଜକ ରାକେଶ ନାୟକ, ଜିଲ୍ଲା ଓବିସି ମୋର୍ଚ୍ଚା ଉପସଭାପତି ମାନସ ରଞ୍ଜନ ନାୟକ, କୋତପୁର ମଣ୍ଡଳ ବିଜେପି ସଭାପତି କୁଳମଣି ନାୟକ, ଜାରକା ମଣ୍ଡଳ ବିଜେପି ସଭାପତି ନୀଳମଣି ଦାସ ପ୍ରମୁଖ ନୀଳକଣ୍ଠନଗରସ୍ଥିତ ବାସଭବନରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ସାକ୍ଷାତ କରି ଏ ନେଇ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଯେ ୨୦୧୯ ମସିହାରେ ହରିଦାସପୁର ପଞ୍ଚାୟତର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ। ଏହାକୁ ନେଇ ସେତେବେଳେ ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଏପରିକି ଏହାକୁ ନେଇ ସିବିଆଇ ତଦନ୍ତ ଦାବି କରିଥିଲା ବିଜେପି। ଏହି ହତ୍ୟାଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରାଯାଇଥିଲା।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……