ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେଡିରୁ ଇସ୍ତଫା ଦେଇଛନ୍ତି ଜୟଦେବ ବିଧାୟକ ଅରବିନ୍ଦ ଢାଲି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଆଜି ସେ ନିଜର ଇସ୍ତଫା ପତ୍ର ଇ-ମେଲ୍ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି | ଦଳରେ ଅସନ୍ତୁଷ୍ଟ ଥିବାରୁ ଦଳ ଛାଡିଛନ୍ତି ଅରବିନ୍ଦ ଢାଲି। ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ରବିବାର ବିଜେପିରେ ସାମିଲ ହେବେ ବୋଲି କହିଛନ୍ତି। ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ୬ ଥର ବିଧାୟକ ରହିଛନ୍ତି ।






More Stories
ଝଡ଼ ବର୍ଷା:୮ ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..
ବିଜେଡିରେ ମିଶିଲେ ରଘୁନାଥ ମହାନ୍ତି-ଜୀବନ ପ୍ରଦୀପ….
୨ରୁ ଯୁକ୍ତ ଦୁଇ ଖାତାଦେଖା…..