ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର । ସୋଶାଲ ମିଡିଆରେ ଏ ନେଇ ଚର୍ଚ୍ଚା ଜୋର ଧରିଛି। ନିଜ ବିବାହ କଥାକୁ ସ୍ୱୀକାର କରିଛନ୍ତି ଦିବ୍ୟ ଶଙ୍କର ମିଶ୍ର। ଚଳିତ ମାସ ୨୬ ତାରିଖରେ ପୁରୀ ନିକଟ ଏକ ରିସର୍ଟରେ ବେଶ୍ ନିରାଡମ୍ବର ଭାବେ ଏହି ବିବାହ ହେବ | ଏହି ଅବସରରେ କେବଳ ପରିବାର ସଦସ୍ୟଙ୍କ ସହ କିଛି ନିକଟ ସମ୍ପର୍କୀୟ ଉପସ୍ଥିତ ରହିବେ। ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ଜଣାଯାଇଛି। ଯୁବତୀଜଣକ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ ଦିବ୍ୟଶଙ୍କରଙ୍କଠାରୁ ବୟସରେ ପ୍ରାୟ ୨୦ ବର୍ଷ ସାନ ହେବେ ବୋଲି ସୂଚନା ମିଳିଛି। ଉଭୟ ଦିବ୍ୟଶଙ୍କର ଓ ଯୁବତୀଜଣକ ପୂର୍ବରୁ ବିବାହ କରିଥିବା ବେଳେ ଏହା ସେମାନଙ୍କ ଦ୍ୱିତୀୟ ବିବାହ। ଦିବ୍ୟଶଙ୍କର ପ୍ରାୟ ୧୦ ବର୍ଷ ପୂର୍ବେ ନିଜ ପ୍ରଥମ ପତ୍ନୀଙ୍କୁ ଛାତ୍ରପତ୍ର ଦେଇ ସାରିଥିବା ବେଳେ ସେ ଅନ୍ୟତ୍ର ବିବାହ କରି ସାରିଛନ୍ତି। ଉଭୟଙ୍କର ୨୦ ବର୍ଷର ଏକ ପୁଅ ଥିବା ଜଣାଯାଇଛି। ସେହିପରି ଯୁବତୀଜଣକ ମଧ୍ୟ ପୂର୍ବରୁ ବିବାହ କରିଥିବା ବେଳେ କୌଣସି କାରଣକୁ ନେଇ ତାଙ୍କର ମଧ୍ୟ ଛାଡ଼ପତ୍ର ହୋଇ ସାରିଛି।






More Stories
ସ୍ବର୍ଣ୍ଣ ଜିତିଲେ ମୀରାବାଈ ଚାନୁ…..
ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି……
ସୁଶାନ୍ତଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ,ନବୀନ…..