ରିପୋର୍ଟ କାର୍ଡ / ଭୁବନେଶ୍ୱର
ଉପକୂଳବର୍ତ୍ତୀ ଏକ ଜିଲ୍ଲାର ଜଣେ ଯୁବ ବିଧାୟକଙ୍କ ସହ ଜଣେ ଯୁବତୀଙ୍କର ଅନ୍ତରଙ୍ଗ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି | ଏହି ଫଟୋ ଦୁଇଟିକୁ ନିଜେ ଯୁବତୀ ପୋଷ୍ଟ୍ କରିଛନ୍ତି । ଉଭୟଙ୍କ ଭିତରେ ବେଶ୍ ନିବିଡ଼ତା ଥିବା ଭାଇରାଲ୍ ଦୁଇଟି ଫଟୋରୁ ବାରି ହୋଇପଡ଼ୁଛି। ହେଲେ ଏଯାଏ ସଂପୃକ୍ତ ବିଧାୟକଙ୍କ ଆଡ଼ୁ ଏ ବାବଦରେ କୌଣସି ପ୍ରତିକ୍ରିୟା ଆସୁ ନଥିବାରୁ ପୂରା ଘଟଣା କୁହେଳିକା ଭିତରେ ରହିଛି । ପୂର୍ବରୁ ମଧ୍ୟ ଏହି ଯୁବତୀଙ୍କ ସହ ସଂପୃକ୍ତ ଯୁବ ବିଧାୟକଙ୍କ ଯୁଗଳବନ୍ଦୀ ଫଟୋ ରାଜ୍ୟରେ ବେଶ୍ ହଇଚଇ ସୃଷ୍ଟି କରିଥିଲା । ଏବେ ପୁଣି ଫଟୋ ଭାଇରାଲ୍ ହେବା ସହ ଏହି ଘଟଣା ଘନୀଭୂତ ହୋଇ ବିବାଦର ରୂପ ନେବାକୁ ଯାଉଛି । କାରଣ ସଂପୃକ୍ତ ବିଧାୟକ ହଠାତ୍ ତଥାକଥିତ ନିଜ ପ୍ରେମିକା (ଯୁବତୀ)ଙ୍କ ହାତ ଛାଡ଼ି ଦେଇଥିବା ଚର୍ଚ୍ଚା ହେଉଛି । ହଠାତ୍ ଏଭଳି ବ୍ରେକ୍ଅପ୍ର କାରଣ ବି ଯୁବତୀ ଜାଣି ପାରୁନାହାନ୍ତି । ଫଳରେ ବିକଳ୍ପ ବ୍ୟବସ୍ଥା ନପାଇ ସେ ଏବେ ନିଜ ସୋସିଆଲ ମିଡିଆରେ ଯୁଗଳବନ୍ଦୀ ଫଟୋ ଛାଡ଼ି ବିଧାୟକଙ୍କୁ ଏକପ୍ରକାର ଝଟ୍କା ଦେବାକୁ ସ୍ଥିର କରି ନେଇଥିବା ଅନୁମାନ କରାଯାଉଛି । ଗୁରୁବାର ରାତିରେ ହଠାତ୍ ଏହି ଦୁଇଟି ଫଟୋ ପୋଷ୍ଟ୍ ହୋଇଥିବା ଦେଖିବାକୁ ମିଳିଛି । ଦୁଇ ପୃଥକ ଜାଗାରେ ଏହି ଦୁଇଟି ଫଟୋ ଉତ୍ତୋଳିତ ହୋଇଥିବା ଅନ୍ଦାଜ କରାଯାଉଛି । ପଞ୍ଚାୟତ ନିର୍ବାଚନ ସମୟରେ ଏଭଳି ଫଟୋ ବାହାରେ ଘୂରି ବୁଲିବା ପରେ ରାଜନୈତିକ ବାତାବରଣ ସରଗରମ ସ୍ଥିତିକୁ ଚାଲି ଆସିଛି।






More Stories
ଆଉ ଖୋଲାରେ ମିଳିବନି ଗ୍ୟାସ୍……
ଉଚ୍ଚଶିକ୍ଷାରେ ୫୦ ପ୍ରତିଶତ ସଂରକ୍ଷଣ: SC-ST-OBC ଙ୍କୁ ମିଳିବ…..
ସଚିବସ୍ତରୀୟ ବୈଠକ ଅନୁଷ୍ଠିତ:ଏକୀକୃତ ବ୍ୟବସ୍ଥାକୁ ଆଣିବାକୁ ପରାମର୍ଶ….