ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି। ‘ଆମ ଘରର ହାଲଚାଲ’ ସ୍ତମ୍ଭରେ ଜନ୍ମଦିନର ଅନୁଚିନ୍ତା ଶୀର୍ଷକ ଲେଖାରେ ଟାର୍ଗେଟ କରିଥିବା ବେଖିବାକୁ ମିଳିଛି । ଓଡ଼ିଶାର ସା˚ପ୍ରତିକ ପରିସ୍ଥିତିରେ ଏସବୁକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲେ ମଧ୍ୟ ତାହାର ଠିକ୍ ଉତ୍ତର ଦେବା ପାଇଁ ଆମର ସାହସ କୁଳଉନାହିଁ। କିଛି ମାସ ତଳେ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଦେଖାଦେଇଥିବା ରୂପାନ୍ତରୀକରଣକୁ ନେଇ ଗୋଟିଏ ମୌଳିକ ପ୍ରଶ୍ନ ଉଠାଇଥିଲୁ, ‘ଆମ ବ୍ୟବସ୍ଥାରେ ମନ୍ତ୍ରୀ ବଡ଼ କି ସଚିବ ବଡ଼’। ଏହାର ଯେଉଁ ଉତ୍ତର ବା ପ୍ରତିକ୍ରିୟା ଆମେ ପାଇଲୁ ତାହା ଆମ ଦ୍ବନ୍ଦ୍ବକୁ ଆହୁରି ଅଧିକ ବଢ଼ାଇ ଦେଇଛି। ଫାଇଭ୍-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏହାର ଉତ୍ତର ଦେବାକୁ ଯାଇ ତାଙ୍କର ଏକ ଅଡିଓ ବାର୍ତ୍ତା ତାଙ୍କ ମୋବାଇଲ୍ରୁ ମାଇକ୍ ଲଗାଇ ଆମ ସମସ୍ତଙ୍କୁ ଶୁଣାଇଲେ। ଏହା ପ୍ରଶ୍ନର ଉତ୍ତର ଅପେକ୍ଷା ଆମକୁ ଅଧିକ ଆମୋଦିତ କଲା। ମୋର ମନେହେଲା ସତେ ଯେପରି ମା’ ମାଟି ମାତୃଭାଷା, ମୋବାଇଲ ଓ ମଦମୁକ୍ତ ଓଡ଼ିଶାର ପାଞ୍ଚଟି ‘ମ’ କଥାକୁ ସଚିବ ମହୋଦୟ ଅତ୍ୟନ୍ତ ଗୁରୁତ୍ବ ସହକାରେ ଗ୍ରହଣ କରିନେଇଛନ୍ତି। ଅଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କାଳେ କହୁଛନ୍ତି ଯେ ସେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଆମର ସୁଖଦୁଃଖ ବୁଝିବା ପାଇଁ ପଠାଇଛନ୍ତି। ଭଲ କଥା। ଶାସନ ମୁଖ୍ୟଙ୍କର ସାଧାରଣ ଜନତାଙ୍କର ସୁଖଦୁଃଖ ବୁଝିବାର ଏହି ଅଭିନବ ଉପାୟ ପାଇଁ କାହାକୁ ଧନ୍ୟବାଦ ଦେବା? ଏହା ଆହୁରି ଅନେକଗୁଡ଼ିଏ ମୌଳିକ ପ୍ରଶ୍ନ ଉଠାଉଛି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବ ସାରା ଓଡ଼ିଶାକୁ ହେଲିକପ୍ଟରରେ ବୁଲି ସାଧାରଣ ଜନତାଙ୍କ ସହିତ ସାକ୍ଷାତ କରୁଛନ୍ତି ଏବ˚ ସେମାନଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ କରୁଛନ୍ତି।୫-ଟି ବନାମ ୫-ମ ଲେଖି କଟାକ୍ଷ କରିଛନ୍ତି। ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି । ଏକ ସଭାରେ ୫-ଟି ସଚିବ ମୁଖ୍ୟମନ୍ତ୍ରୀଙ୍କ ଅଡ଼ିଓ ଶୁଣାଇବା ଘଟଣାକୁ ଅବତାରଣା କରି ସେ ପାଞ୍ଚ-ମ ପ୍ରସଙ୍ଗ ଉଠାଇଛନ୍ତି। ମା, ମାଟି, ମାତୃଭାଷା, ମୋବାଇଲ ଓ ମଦ ମୁକ୍ତ ଓଡ଼ିଶାର ୫ଟି ‘ମ’ କଥାକୁ ସଚିବ ଅତ୍ୟନ୍ତ ଗୁରୁତର ସହକାରେ ଗ୍ରହଣ କରିଥିବା ଲେଖିଛନ୍ତି ସୌମ୍ୟ। ଏହାସହ ୫-ଟି ସଚିବଙ୍କ ହେଲିକପ୍ଟର ବୁଲା ଓ ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା କରିଛନ୍ତି । ଜିଲ୍ଲାରେ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ ପାଇଁ ଥିବାବେଳେ କାହିଁକି ହେଲିକପ୍ଟରରେ ବୁଲି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ଏହାଛଡ଼ା ମାସ ଶେଷ ବେଳକୁ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତର ଆନୁମାନିକ ଖର୍ଚ୍ଚ ହିସାବ ୩୦୦ କୋଟି ହେବ ବୋଲି ମଧ୍ୟ ଆକଳନ କରିଛନ୍ତି। ସଚିବଙ୍କ ଗସ୍ତ ପାଇଁ ମନ୍ତ୍ରୀ ଓ ବିଧାୟକ ବର୍ଷାରେ ଛତା ଧରି ଗାତ ଖୋଳି ଟେଣ୍ଟ ପକାଇବା,ଏପରି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବିଜ୍ଞପିତ କରିବା ପଛର କାରଣ କ’ଣ ବୋଲି ପ୍ରଶ୍ନ କରିଛନ୍ତି। ବିଜେଡିକୁ ମଧ୍ୟ ସମାଲୋଚନା କରି ସୌମ୍ୟ |ନବୀନ ବିଜେଡିର ସଂପତ୍ତି। ତେବେ ଦଳ କଣ ଏତେ ଦୁର୍ବଳ ହୋଇଗଲା ଯେ ତାର ମୂଲ୍ୟବାନ ସଂପତ୍ତିକୁ ବାଜି ଲଗାଇବା ପାଇଁ ବାଧ୍ୟ ହେଉଛି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..