ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ଏକ ଭୋଟିଂ ବୁଥ୍ରେ ତୁମୁଳକାଣ୍ଡ ଦେଖିବାକୁ ମିଳିଥିଲା । ୱାଇଏସ୍ଆର୍ କଂଗ୍ରେସ ପାର୍ଟି ବିଧାୟକ ଶିବ କୁମାର ବୁଥ୍ରେ ଜଣେ ଭୋଟରଙ୍କୁ ଚାପୁଡ଼ା ମାରିଛନ୍ତି। ଭୋଟରମାନେ ଭୋଟ୍ ଦେବାପାଇଁ ଧାଡ଼ିରେ ଠିଆ ହୋଇଥିବା ବେଳେ ବିଧାୟକ ସେମାନଙ୍କୁ ଅତିକ୍ରମ କରି ପ୍ରଥମେ ଭୋଟ୍ ଦେଇଥିଲେ। ଏହାକୁ ଜଣେ ଭୋଟର ବିରୋଧ କରିଥିଲେ। ଫଳରେ ବିଧାୟକ ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିଲେ। ଏହାପରେ ମାଡ଼ ଖାଇଥିବା ବ୍ୟକ୍ତି ମଧ୍ୟ ବିଧାୟକଙ୍କୁ ଚାପୁଡ଼ା ମାରିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବ୍ୟକ୍ତି ଜଣଙ୍କ ବିଧାୟକଙ୍କୁ ଚାପୁଡ଼ା ମାରିବାପରେ ବିଧାୟକ ଏବଂ ତାଙ୍କ ସମର୍ଥକମାନେ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ବୁଥ୍ରେ ଥିବା ଲୋକମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ପୋଲିସ ଉକ୍ତ ଘଟଣାରେ ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଉକ୍ତ ଘଟଣାରେ ତଦନ୍ତ ଜାରି ରହିଛି। ଉଲ୍ଳେଖଯୋଗ୍ୟ -ସୋମବାର ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ ଏବଂ ୨୫ ଲୋକସଭା ଆସନରେ ଭୋଟ୍ ଗ୍ରହଣ ହୋଇଛି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….