ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାୟକ ଓ ପୂର୍ବତନ ବିଧାୟକଙ୍କ ପେନ୍ସନ ବୃଦ୍ଧି ଦାବି । ବିଧାନସଭାରେ ବୁଧବାର ପ୍ରଶ୍ନକାଳରେ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକ ଏହି ଦାବି କରିଛନ୍ତି । ତାରା ପ୍ରସାଦ ବାହିନୀପତି, ସନାତନ ବିଜୁଳି, ପୂର୍ଣ୍ଣ ସେଠୀ ଦାବି ଉଠାଇଛନ୍ତି । ବିଧାୟକଙ୍କ ଦାବି ପ୍ରତି ସରକାର ଧ୍ୟାନ ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି। ସୂଚାନୁଯାୟୀ, ୨୦୧୭ରେ ଶେଷ ଥର ପାଇଁ ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ୫୦ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହା ବ୍ୟତୀତ ଅଧିବେଶନରେ ଦୈନିକ ଯୋଗ ଦେବା ପାଇଁ ୧୫୦୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିଲା ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..