Report Card Odisha

| Daily Odia News

‘ମୋ ବସ୍’ରେ ଯାଇପାରିବେନି ଯାତ୍ରୀ!….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଏଣିକି ପାଖରେ ଖୁଚୁରା ଟଙ୍କା ନଥିଲେ ‘ମୋ ବସ୍’ରେ ଯାତ୍ରା କରି ପାରିବେନି ଯାତ୍ରୀ । କ୍ରୁଟ ତରଫରୁ ଏଭଳି ଏକ ପୋଷ୍ଟକୁ ନେଇ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ତେବେ କ୍ରୁଟ କରିଥିବା ଏହି ପୋଷ୍ଟରେ ଏ ନେଇ ସିଧାସଳଖ ଘୋଷଣା କରିନାହିଁ । ପୋଷ୍ଟରେ କୁହାଯାଇଛି ଯେ, ଖୁଚୁରା ଟଙ୍କା ପାଖରେ ରଖନ୍ତୁ, ଟିକେଟର ମୂଲ୍ୟ ଅନୁସାରେ ଦିଅନ୍ତୁ । ତେବେ ଏହାର ଅର୍ଥ ଖୁଚୁରା ଟଙ୍କା ନ ରହିବାରୁ କିଛି ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡ଼ୁଥିବା ଅଭିଯୋଗ ହେଉଛି । ତେଣୁ ଏହି ସମସ୍ୟାକୁ ସାମନା ନ କରିବା ପାଇଁ ନିଜ ପାଖରେ ଖୁଚୁରା ଟଙ୍କା ରଖିବା ପାଇଁ ଯାତ୍ରୀମାନଙ୍କୁ ପରାମର୍ଶ ଦେଇଛି କ୍ରୁଟ ।

Breaking News