Report Card Odisha

| Daily Odia News

ମୋ’ ବସ୍ ର ମଦୁଆ ଚାଳକ ଓ କଣ୍ଡକ୍ଟର ନିଲମ୍ବିତ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୋ’ ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ନିୟମିତ ଦୁର୍ଘଟଣା ଘଟୁଛି। ଏନେଇ ବିଭିନ୍ନ ସମୟରେ ଜନସାଧାରଣ ପ୍ରତିବାଦ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କ୍ୟାପିଟାଲ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ବସ୍‌ ଚଳାଚଳ ସୁରକ୍ଷା ନିୟମଗୁଡ଼ିକର କଡ଼ାକଡ଼ି ଯାଞ୍ଚ କରାଯାଇଛି। ନିୟମ ଉଲ୍ଲଙ୍ଘନ ପାଇଁ ଜଣେ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। କ୍ରୁଟ୍‌ର କାର୍ଯ୍ୟନିର୍ବାହୀ ଦଳ ଦ୍ୱାରା ମଦ୍ୟପାନ ଯାଞ୍ଚ ବେଳେ ନିଶାସକ୍ତ ଅବସ୍ଥାରେ ଥିବା ଉଭୟ ଚାଳକ ଏବଂ କଣ୍ଡକ୍ଟରଙ୍କୁ ନିଲମ୍ବନ କରାଯାଇଛି। ଅପରପକ୍ଷେ କ୍ରୁଟ୍‌ ମହା ପ୍ରବନ୍ଧକ ଏବଂ ପରିଚାଳନା ନିର୍ଦେଶକ ଡ.ଏନ୍‌.ତିରୁମାଲା ନାୟକ ଶୁକ୍ରବାର ବିଭିନ୍ନ ସ୍ଥାନରେ ମୋ’ ବସ୍‌ରେ ଯାତ୍ରା କରି ସ୍ଥିତି ପରଖିଛନ୍ତି। ମୋ’ ବସ୍‌ରେ ମିଳୁଥିବା ସେବା ବିଷୟରେ ଅବଗତ ହେବା ପୂର୍ବକ ବିଭିନ୍ନ ବର୍ଗର ଯାତ୍ରୀ, ଚାଳକ ଓ କଣ୍ଡକ୍ଟରଙ୍କ ସହ କଥା ହୋଇଛନ୍ତି। ଏହାବ୍ୟତୀତ ଅନ୍ୟ ଜଣେ ଚାଳକ ଏବଂ କଣ୍ଡକ୍ଟର କାର୍ଯ୍ୟ ସମୟରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ଦୁଇ ମାସ ପାଇଁ ନିଲମ୍ବନ କରାଯାଇଛି। ଏଭଳି ଆଚରଣ କାରଣରୁ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିବାରୁ କଡ଼ା ଆଭିମୁଖ୍ୟ ପୋଷଣ କରାଯାଇଛି। ଆଗାମୀ ଦିନରେ କୌଣସି ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଲେ, ତୁରନ୍ତ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ଯ୍ୟନ୍ତ ରଦ୍ଦ କରାଯିବ। ଏଣିକି ମୋ ବସ୍ କର୍ମଚାରୀଙ୍କୁ ନିୟମିତ ମଦ୍ୟପାନ ଯାଞ୍ଚ କରାଯିବ। ଏଥିସହ ସ୍ବତନ୍ତ୍ର ଡ୍ରାଇଭର ତାଲିମ କାର୍ଯ୍ୟକ୍ରମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ପ୍ରଶିକ୍ଷଣ ଦିଆଯିବ। କାର୍ଯ୍ୟସ୍ଥଳରେ ସ୍ବତନ୍ତ୍ର ମନିଟରିଂ କରାଯିବା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

Breaking News