Report Card Odisha

| Daily Odia News

ମୋବାଇଲ ବ୍ୟାଟେ ଫାଟି ୨ ଗୁରୁତର……

ରିପୋର୍ଟ କାର୍ଡ / ଗଜପତି

ମୋବାଇଲ ବ୍ୟାଟେରି ଫାଟି ଦୁଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲଖାରୀ ଗାଁରେଏହି ଅଘଟଣ ଘଟିଛି । ଆହତ ଦ୍ୱୟ ହେଲେ ଲଖାରୀ ଗାଁର ନମିତା ରାଇକା ଓ ସୁଶୀଳା ରାଇକା । ଗତକାଲି ରାତିରେ ଦୁଇ ନାବାଳିକା ଭଉଣୀ ବସି ଘରେ ମୋବାଇଲ ଦେଖୁଥିଲେ। ଏହି ସମୟରେ ହଠାତ୍ ମୋବାଇଲ ବ୍ୟାଟେରି ଫାଟି ଯାଇଥିଲା। ଫଳରେ ଉଭୟଙ୍କର ହାତ ଓ ଗୋଡ଼ରେ ଆଘାତ ଲାଗିଛି। ପରିବାର ଲୋକେ ଶବ୍ଦ ଶୁଣି ଦୌଡ଼ି ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ଉଭୟ ଡାକ୍ତରଖାନାର ଚିକିତ୍ସାଧୀନ ଅଛନ୍ତି।

Breaking News