ରିପୋର୍ଟ କାର୍ଡ / ଅନୁଗୁଳ
ମୋବାଇଲରେ ଗେମ ଖେଳି ହାରିଯିବାରୁ ପାଗଳପ୍ରାୟ ହୋଇ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ଯୁବକଜଣକ ନିଜ ବେକ କାଟି ଦେଇ ଗୁରୁତର ହୋଇଥିବା ଜଣାଯାଉଛି। ଏପରି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲାରେ ଘଟିଛି। ନିଜ ବେକ କାଟି ଗୁରୁତର ହୋଇ ପଡ଼ିଥିବା ଯୁବକଜଣକ ହେଲେ ଜେରେଙ୍ଗ ଗ୍ରାମର ସୌମ୍ୟରଞ୍ଜନ ନାଏକ । ତାଙ୍କ ବୟସ ୨୪ ବର୍ଷ । ସେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଗତକାଲି ସୌମ୍ୟରଞ୍ଜନ ନାଏକ ଗାଁରେ ଥିବା ବେଳେ ନିଜ ମୋବାଇଲରେ ଫ୍ରି ଫାୟାର ନାମକ ଗେମ୍ ଖେଳୁଥିଲେ। ମାତ୍ର ଲଗାତର ଭାବେ ୩ଟି ମ୍ୟାଚ ହାରି ଯିବାରୁ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲେ। ଏହାପରେ ଏକ ବ୍ଲେଡ ସାହାଯ୍ୟରେ ସେ ନିଜ ବେକ କାଟି ଦେଇଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..