Report Card Odisha

| Daily Odia News

ଓଡ଼ିଶାରେ ୧୨ଟି ସ୍ଥାନରେ ମକ୍‌ଡ୍ରିଲ…..

ରିପୋର୍ଟକାର୍ଡ / ଭୁବନେଶ୍ୱର

ପହଲଗାଓଁ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନାକୁ ନେଇ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ମେ ୭ତାରିଖ ବୁଧବାର ଦେଶର ଅନେକ ରାଜ୍ୟରେ ହେବ ମକ୍‌ଡ୍ରିଲ୍‌ । ଆକ୍ରମଣ ହେଲେ ସାଧାରଣ ଲୋକମାନେ କଣ କରିବେ ସେନେଇ ତାଲିମ ଦିଆଯିବ । ଯେକୌଣସି ପରିସ୍ଥିତିରେ ଆକ୍ରମଣ ହେଲେ ସାଧରଣ ଲୋକ ଓ ଛାତ୍ରମାନେ କିଭଳି ସୁରକ୍ଷିତ ସ୍ଥାନକୁ ଯିବେ ତାହାର ଅଭ୍ୟାସ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଓଡ଼ିଶାରେ ୧୨ଟି ସ୍ଥାନରେ ମକ୍‌ଡ୍ରିଲ କରାଯିବ । ଧାମରା, ଚାନ୍ଦିପୁର, ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, କେନ୍ଦ୍ରାପଡା, ଗୋପାଳପୁର, ପାରାଦୀପରେ ଏହି ମକ୍‌ଡ୍ରିଲ୍‌ ହେବ । ଏହାସହ ଅନ୍ୟ ୩ଟି ସ୍ଥାନରେ ବି ହୋଇପାରେ ମକ୍‌ଡ୍ରିଲ୍‌ ।

Breaking News