ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପ୍ରଥମ ଲେଡି ଜିଲ ବାଇଡେନଙ୍କୁ ଭେଟିଛନ୍ତି। ରାତ୍ରୀ ଭୋଜନ ପାଇଁ ପ୍ରଧାନମନ୍ତ୍ରୀ ହ୍ୱାଇଟ୍ ହାଉସରେ ପହଞ୍ଚିଛନ୍ତି। ଏଠାରେ ବାଇଡେନ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ପ୍ରଥମ ଲେଡି ଜିଲ ବାଇଡେନଙ୍କୁ ଲ୍ୟାବରେ ବିକଶିତ ୭.୫ କ୍ୟାରେଟ ସବୁଜ ରଙ୍ଗର ହୀରାକୁ ଉପହାର ଦେଇଛନ୍ତି। ଏହି ହୀରା ପୃଥିବୀରୁ ଖଣିଜ ହୀରାର ରାସାୟନିକ ଏବଂ ଅପ୍ଟିକାଲ୍ ଗୁଣ ପ୍ରଦର୍ଶନ କରେ। ଏହି ହୀରା ମଧ୍ୟ ପରିବେଶ ଅନୁକୂଳ ଅଟେ । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ ବିଶେଷ ଚନ୍ଦନବାକ୍ସ ଉପହାରରେ ଦେଇଛନ୍ତି। ଏହାକୁ ଜୟପୁରରେ ଜଣେ କାରିଗର ତିଆରି କରିଛନ୍ତି। ଏହି ବାକ୍ସରେ ଥିବା ଉପହାର ମଧ୍ୟରୁ ପ୍ରଥମ ଉପହାରଟି ହେଉଛି ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କର ରୁପା ପ୍ରତିମା। ରୁପା ଦୀପ। ପ୍ରଧାନମନ୍ତ୍ରୀ ବାଇଡେନଙ୍କୁ ଦେଇଥିବା ଉପାହାର ବାକ୍ସରେ ଦଶଟି ଦାନ ମଧ୍ୟ ରହିଛି। (ଗୋ ଦାନ) ପାଇଁ ଗାଈ ସ୍ଥାନରେ ପଶ୍ଚିମବଙ୍ଗର କାରିଗରଙ୍କ ଦ୍ୱାରା ତିଆରି କରାଯାଇଥିବା ହସ୍ତନିର୍ମିତ ଚାନ୍ଦିର ନଡିଆ ରହିଛି। (ଭୂମି ଦାନ) ପାଇଁ କର୍ଣ୍ଣାଟକର ସୁଗନ୍ଧିତ ଚନ୍ଦନର ଏକ ଖଣ୍ଡ ଦେଇଛନ୍ତି। (ରାଶି ଦାନ) ପାଇଁ ତାମିଲନାଡୁର ଆସିଥିବା ଧଳା ରାଶିର ମଞ୍ଜି ରହିଛି। ରାଜସ୍ଥାନରେ ହସ୍ତନିର୍ମିତ ୨୪ କ୍ୟାରେଟର ହଲମାର୍କ ଥିବା ସୁନାର ଟଙ୍କା (ସୁନା ଦାନ) ରୂପରେ ରହିଛି। ଏହାସହ ଅନ୍ୟ ଜିନିଷ ମଧ୍ୟରେ ରହିଛି ଗୁଆଘିଅ,ଝାଡଖଣ୍ଡରୁ ଆସିଥିବା ହାତବୁଣା ଟସର ମଠା। ଉତ୍ତରାଖଣ୍ଡର ଏକ ବିଶେଷ ପ୍ରକାର ଚାଉଳ। ମହାରାଷ୍ଟ୍ରର ଗୁଡ଼, ରୁପାର ଏକ ମୁଦ୍ରା, ଗୁଜରାଟର ଲୁଣ।






More Stories
ଇସ୍ରାଏଲ ଗସ୍ତରେ ଯିବେ ମୋଦି…..
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..