ରିପୋର୍ଟକାର୍ଡ / ନୂଆଦିଲ୍ଲୀ
ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ଏପ୍ରିଲ ୨୨ ତାରିଖରେ ଘଟିଥିବା ଆତଙ୍କବାଦୀ ହମଲାରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏବେ ଗୁପ୍ତଚର ସୂଚନାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ଯେ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଏକ ବଡ଼ ହମଲାର ଯୋଜନା କରୁଥିଲେ। ଗୁପ୍ତଚର ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏପ୍ରିଲ ୧୯ ତାରିଖରେ ଜମ୍ମୁ ଓ କାଶ୍ମୀର ଗସ୍ତ ସମୟରେ ହମଲା କରିବାର ଯୋଜନା କରୁଥିଲେ। ମୋଦୀ ଏହି ଗସ୍ତରେ କଟରା-ଶ୍ରୀନଗର ମଧ୍ୟରେ ଚାଲୁଥିବା ବନ୍ଦେ ଭାରତ ଟ୍ରେନ ସେବାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଏହି କାର୍ଯ୍ୟକ୍ରମ ସ୍ଥଗିତ ହେବା ଯୋଗୁଁ ଆତଙ୍କୀମାନେ ପହଲଗାମର ବୈସରଣ ଉପତ୍ୟକାରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଏହି ନୃଶଂସ ହମଲା କରିଥିଲେ। ଏହି ଘଟଣାରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଏବଂ ଲସ୍କର-ଏ-ତୋଇବା (ଏଲଇଟି) ସହ ଜଡିତ ଥିବା ସୂଚନା ମିଳିଛି। ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ର ତଦନ୍ତରୁ ଜଣାପଡିଛି ଯେ, ହମଲାର କିଛି ଦିନ ପୂର୍ବରୁ ଗୁପ୍ତଚର ସଂସ୍ଥାମାନେ ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆତଙ୍କୀ ହମଲାର ସମ୍ଭାବନା ଥିବା ସୂଚନା ପାଇଥିଲେ। ତେବେ ଏହି ସୂଚନା ଖୁବ ର୍ନିଦ୍ଦିଷ୍ଟ ନ ଥିଲା, ଯାହା ଯୋଗୁଁ ଏହାକୁ ପୂର୍ବରୁ ରୋକାଯାଇ ପାରିନଥିଲା। ଏନଆଇଏ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ହମଲାରେ ଚାରି ଆତଙ୍କୀ ମଧ୍ୟରୁ ଦୁଇଜଣ ଦକ୍ଷିଣ କଶ୍ମୀରର ଏବଂ ଦୁଇଜଣ ପାକିସ୍ତାନୀ ନାଗରିକ ଥିଲେ।
More Stories
ଦୀଘା ଜଗନ୍ନାଥ ମନ୍ଦିର ବିବାଦ:ମୁହଁ ଖୋଲିଲେ ମମତା,ବିଜେପିକୁ କଲେ ଟାର୍ଗେଟ୍……
ଏୟାର ଇଣ୍ଡିଆର ମେ’ ୬ ପର୍ଯ୍ୟନ୍ତ ଉଡ଼ାଣ ବାତିଲ….
ଆଜି ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ…..