ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ସଫଳତା ହାସଲ କରିଥିବା ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେତା ନିର୍ବାଚିତ କରାଯାଇଛି। ଜୁନ୍ ୭ ତାରିଖରେ ମେଣ୍ଟ ନେତାମାନଙ୍କର ଆଉ ଏକ ବୈଠକ ବସିବ। ଏଥିରେ ମୋଦୀଙ୍କୁ ଆନୁଷ୍ଠାନିକ ଭାବେ ନେତା ନିର୍ବାଚିତ କରାଯିବ। ଏହାପରେ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ। କିନ୍ତୁ ମୋଦୀଙ୍କ ନେତୃତ୍ବରେ ନୂଆ ମନ୍ତ୍ରିମଣ୍ଡଳ କେବେ ଶପଥ ଗ୍ରହଣ କରିବ ତାହା ସ୍ଥିର ହୋଇନାହିଁ। ଏସଂପର୍କରେ ସହଯୋଗୀ ଦଳର ନେତାମାନଙ୍କ ସହିତ ବିଚାରବିମର୍ଶ ଚାଲିଛି। ତେବେ ଯାହା ଜଣାପଡ଼ିଛି, ମୋଦୀ ଆସନ୍ତା ୮ ତାରିଖରେ ଶପଥ ଗ୍ରହଣ କରିପାରନ୍ତି।ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ୨୭୨ ଅତିକ୍ରମ କରି ଏନ୍ଡିଏ ମେଣ୍ଟ ୨୯୨ଟି ଆସନରେ ବିଜୟୀ ହୋଇଥିବାରୁ ମୋଦୀ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ପରେ ମୋଦୀ ଦ୍ୱିତୀୟ ନେତା ଭାବେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାର ଗୌରବ ହାସଲ କରିବେ।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….