Report Card Odisha

| Daily Odia News

ମୋଦୀଜୀ ବହୁତ ‘ସ୍ମାର୍ଟ’;…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍(ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଲାଗୁ କର) ଯୋଜନା ବିଶ୍ୱରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଏମଧ୍ୟରେ ଭାରତ ଉପରେ ଟାରିଫ୍ ବୃଦ୍ଧି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ବୃଦ୍ଧି ଏକ କଠିନ ନିଷ୍ପତ୍ତି। କିନ୍ତୁ ମୁଁ ନିଶ୍ଚିତ ଯେ ଏହାର ଫଳାଫଳ ବହୁତ ଭଲ ହେବ। ଏହା ସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ମୋଦୀ ବହୁତ ସ୍ମାର୍ଟ(ଚତୁର) ବ୍ୟକ୍ତି। ହ୍ୱାଇଟ୍ ହାଉସରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ ଦୁଇ ଦେଶ ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ସକାରାତ୍ମକ ଫଳାଫଳ ଆଣିବ। ନରେନ୍ଦ୍ର ମୋଦୀ ଜଣେ ମହାନ ପ୍ରଧାନମନ୍ତ୍ରୀ।ପ୍ରଧାନମନ୍ତ୍ରୀ ମୋଦି ଏଠାକୁ ଆସିଥିଲେ। ସେ ମୋର ଜଣେ ଭଲ ବନ୍ଧୁ। ଆମେ ଅନେକ ବିଷୟ‌ରେ ଆଲୋଚନା କରିଛୁ। ଭାରତ ବିଶ୍ୱର ସବୁଠାରୁ ଅଧିକ ଶୁଳ୍କ ଥିବା ଦେଶଗୁଡ଼ିକ ମଧ୍ୟରୁ ଗୋଟିଏ। ଆଶା କରୁଛି ମୋର ଏ ନିଷ୍ପତ୍ତି ଭଲ ଫଳ ଦେବ।”

Breaking News