Report Card Odisha

| Daily Odia News

ବିହାର ମହିଳାଙ୍କୁ ମୋଦୀଙ୍କ ବଡ ଉପହାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବିହାର ନିର୍ବାଚନ ପୂର୍ବରୁ ମହିଳାଙ୍କୁ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିହାରରେ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କରିଛନ୍ତି ମୋଦୀ । ନୂଆଦିଲ୍ଲୀରୁ ଆଜି ଭିଡ଼ିଓ କନଫେନ୍ସରେ ‘ମୁଖ୍ୟମନ୍ତ୍ରୀ ମହିଳା ନିଯୁକ୍ତି ଯୋଜନା’ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଏହି ନୂଆ ଯୋଜନା ଆରମ୍ଭ କରିଛନ୍ତି । ଆଜି ପ୍ରଥମ କିସ୍ତିରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ହଜାର ଟଙ୍କା ପଠାଯାଇଛି । ଏହି ଯୋଜନା ଅଧୀନରେ ରାଜ୍ୟର ୭୫ଲକ୍ଷ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧ଲକ୍ଷ ଟଙ୍କା ପଠାଯିବ । ଶୁକ୍ରବାର ଏହି ଯୋଜନାର ପ୍ରଥମ କିସ୍ତି ମହିଳାଙ୍କ ଆକାଉଣ୍ଟକୁ ପଠାଯାଇଛି । ରୋଜଗାର ଭଲ ହେଲେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି । ବିହାରବାସୀଙ୍କୁ ମୋଦୀ କହିଛନ୍ତି ଯେ ଆପଣଙ୍କର ଦୁଇ ଭାଇ ନରେନ୍ଦ୍ର ଏବଂ ନୀତିଶ ଆପଣଙ୍କ ସେବାରେ କାର୍ଯ୍ୟରତ ଅଛନ୍ତି । ଯୋଜନାର ଶୁଭାରମ୍ଭ ବେଳେ ମହିଳାଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଏହି ଯୋଜନାରୁ ୭୫ଲକ୍ଷ ମହିଳାଙ୍କୁ ପାଣ୍ଠି ପଠାଯିବ । ଭଲ ନିଯୁକ୍ତି ଥିବା ମହିଳାଙ୍କୁ ୨ଲକ୍ଷ ଟଙ୍କା ଦିଆଯିବ । ଅକ୍ଟୋବର ୩ତାରିଖରେ ପୁଣି ଥରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଆରମ୍ଭରୁ ଆମେ ମହିଳାଙ୍କ ଉନ୍ନତି ଉପରେ ଧ୍ୟାନ ଦେଇଛୁ । ବିହାରରେ ପୂର୍ବ ସରକାର କିଛି କରିନଥିଲେ । ଏନଡିଏ ସରକାର ଗଠନ ହେବା ପରେ ଆମେ କାମ କରିଆସୁଛୁ ।

Breaking News