ରିପୋର୍ଟ କାର୍ଡ / ପୁରୀ
ମହୋ ଦଧିରେ ସତସଙ୍ଗ ର ପୂର୍ବତନ ଆଚାର୍ଯ୍ୟ ଦେବ ପରମ ପୂଜ୍ୟପାଦ ଶ୍ରୀ ଦାଦାଙ୍କ ଚିତାଭସ୍ମ ବିସର୍ଜନ ତାଙ୍କର କନିଷ୍ଠ ପୂଜ୍ୟପାଦ ଙ୍କ ଦ୍ଵାରା ଶାସ୍ତ୍ରୀୟ ବିଧିବିଧାନ ଅନୁସାରେ ସମ୍ପନ୍ନ ହୋଇଛି | ଏହି ଉପଲକ୍ଷେ ସୋମବାର ପୁରୀ ସତସଙ୍ଗ ଠାକୁର ବାଡ଼ିରେ ପୂଜ୍ୟ ପାଦ ବିଙ୍କିଦା ଓ ତାଙ୍କର ପୁତ୍ର ପୂଜ୍ୟ ଅରଣିବାବୁ ଭକ୍ତ ଙ୍କ ଗହଣ ରେ ଚିତାଭସ୍ମ କଳସକୁ ଶ୍ରାଦ୍ଧବେଦୀରେ ଅବସ୍ଥାପିତ କରିଥିଲେ | ଏହା ପରେ ବୈଦିକ ମନ୍ତ୍ରୋଚ୍ଚାରଣ ପୂର୍ବକ ଶ୍ରାଦ୍ଧ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା,ମାହୋଦଧି କୁଲରେ ହଜାର ହଜାର ଭକ୍ତ ଓ ଶିଷ୍ୟ ଙ୍କ ଉପସ୍ଥିତି ରେ ଚିତାଭସ୍ମକୁ ବିସର୍ଜନ କରାଯାଇଥିଲା | ସତସଙ୍ଗ ଆଶ୍ରମ ର ବିଶ୍ଵଜିତ ଚୌଧୁରୀ ଓ ଗୌରକୃଷ୍ଣ ନାୟକ ସକ୍ରିୟ ଭୂମିକା ନିର୍ବାହ କରିଥିଲେ |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..