Report Card Odisha

| Daily Odia News

ଅମହମ୍ମଦ ସାମି ଙ୍କୁ ଅର୍ଜୁନ ପୁରସ୍କାର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବରୁ ୨୦୨୩ ବର୍ଷ ପାଇଁ ଭାରତୀୟ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆଜିକୁ ଭାରତର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଜୁନ ପୁରସ୍କାର ପ୍ରଦାନ କରିଛନ୍ତି। ଦିନିକିଆ ଅନ୍ତର୍ଜାତୀୟ ବିଶ୍ବକପ୍‌ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ସାମିଙ୍କ ନାମ ସୁପାରିସ କରିଥିଲା। ସାମି ବିଶ୍ୱକପ୍ ୨୦୨୩ର ଶ୍ରେଷ୍ଠ ବୋଲର୍‌ ପାଲହୋଇଥିଲେ। ସେ ୭ଟି ମ୍ୟାଚ୍‌ରେ ୨୪ ୱିକେଟ୍‌ ନେଇଥିଲେ। ଚଳିତବର୍ଷ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୨୬ ଜଣ କ୍ରୀଡ଼ାବିତଙ୍କ ତାଲିକାରେ ପାରା ତୀରନ୍ଦାଜ ଶୀତଲ ଦେବୀଙ୍କ ନାମ ମଧ୍ୟ ରହିଛି। ଅଜୁର୍ନ ପୁରୁସ୍କାର ପାଇବାକୁ ଥିବା କ୍ରୀଡ଼ାବିତ୍‌ମାନଙ୍କ ମଧ୍ୟରେ ରହିଛିନ୍ତି -ଓଜସ ପ୍ରବୀଣ ଦେଓତାଲେ (ତୀରନ୍ଦାଜି), ଅଦିତି ଗୋପୀଚାନ୍ଦ ସ୍ୱାମୀ (ତୀରନ୍ଦାଜି), ଶ୍ରୀଶଙ୍କର (ଆଥଲେଟିକ୍ସ), ପାରୁଲ ଚୌଧୁରୀ (ଆଥଲେଟିକ୍ସ), ମହମ୍ମଦ ହୁସାମୁଦ୍ଦିନ (ବକ୍ସର), ଆର ବୈଶାଳୀ (ଚେସ୍), ମହମ୍ମଦ ସାମି (କ୍ରିକେଟ୍), ଅନୁଷ ଅଗ୍ରୱାଲ (ଅଶ୍ୱାରୋହୀ), ଦିକ୍ଷା ଡାଗର (ଗଲ୍ଫ), କ୍ରିଷନ ବାହାଦୁର ପାଠକ (ହକି), ସୁଶୀଲା ଚାନୁ (ହକି), ପବନ କୁମାର (କବାଡି), ରିତୁ ନେଗି (କବାଡି), ନସରିନ (ଖୋ-ଖୋ), ପିଙ୍କି (ଲନ୍ ବାଉଲ୍ସ), ଐଶ୍ୱର୍ଯ୍ୟା ପ୍ରତାପ ସିଂହ ତୋମାର (ସୁଟିଂ)। ଇଶା ସିଂହ (ସୁଟିଂ), ହରିନ୍ଦର ପାଲ ସିଂହ (ସ୍କ୍ୱାଶ), ଆୟିକା ମୁଖାର୍ଜୀ (ଟେବୁଲ ଟେନିସ), ସୁନୀଲ କୁମାର (କୁସ୍ତି), ଆଣ୍ଟିମ୍ (କୁସ୍ତି), ରୋଶିବିନା ଦେବୀ (ଉଶୁ), ଶୀତଲ ଦେବୀ (ପାରା ଆର୍ଚରୀ), ଅଜୟ କୁମାର (ଦୃଷ୍ଟିହୀନ କ୍ରିକେଟ), ପ୍ରାଚୀ ଯାଦବ (ପାରା କ୍ୟାନୋଇଙ୍ଗ୍)।

 

 

Breaking News