Report Card Odisha

| Daily Odia News

ମୋହନ ସରକାରକୁ ପୂରିଲା ୨ ବର୍ଷ: ରିପୋର୍ଟ ଉପସ୍ଥାପନ କରିବେ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଭାଜପା ସରକାରକୁ ଶୁକ୍ରବାର ୨ବର୍ଷ ପୂରଣ ହେବ। ଏଥିପାଇଁ ସରକାରଙ୍କ ପକ୍ଷରୁ ବ୍ଲକ ଓ ଜିଲାସ୍ତରୀୟ କାର୍ଯ୍ୟକ୍ରମ କରାଯିବା ସହିତ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିପୂର୍ବରୁ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ସରକାରଙ୍କ ଦୁଇବର୍ଷର କାର୍ଯ୍ୟକାରିତା ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବେ। ଏହାପରେ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ସନ୍ଧ୍ୟା ୮ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ତୃତୀୟ ମହଲାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଏହି ଅବସରରେ ୨ଟି ବଡ଼ ଘୋଷଣା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଏହାବାଦ୍‌ ରାଜସ୍ବ, ପୂର୍ତ୍ତ ଭଳି ୫ଟିରୁ ଊର୍ଦ୍ଧ୍ୱ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ରାଜ୍ୟର ଭାଜପା ସରକାରଙ୍କ ପକ୍ଷରୁ ରାଜ୍ୟବାସୀଙ୍କୁ ପ୍ରଦାନ କରାଯାଇଥିବା ନିର୍ବାଚନୀ ଇସ୍ତାହାର ମଧ୍ୟରୁ ପ୍ରାୟ ୧୧ଟି ପ୍ରତିଶ୍ରୁତି ପୂରଣ ହୋଇଛି। ଦ୍ୱିତୀୟବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ କ୍ୟାବିନେଟରେ କେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି ତାହା ଦେଖିବା ବାକି ରହିଛି।

Breaking News