Report Card Odisha

| Daily Odia News

ଆଜି ନୂଆପଡ଼ା ଯିବେ ମୋହନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନୂଆପଡ଼ା ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ପ୍ରଚାର କରିବାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି। ଦଳୀୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସକାଳେ ନୂଆପଡ଼ା ଅଭିମୁଖେ ଯାତ୍ରା କରିବେ। ନୂଆପଡ଼ାରୁ ଖରିଆର ରୋଡ଼ ମଧ୍ୟରେ ମୁଖ୍ୟମନ୍ତ୍ରୀ ରୋଡ଼ ଶୋ’ କରିବା ସହ ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମବେତ ଜନତାଙ୍କୁ ସମ୍ବୋଧିତ କରି ଜୟଙ୍କ ଲାଗି ଭୋଟ ମାଗିବେ।ସୂଚନାଯୋଗ୍ୟ ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଯାଇ ଜୟଙ୍କ ପାଇଁ ପ୍ରଚାର କରିଥିଲେ। ଆସନ୍ତା ରବିବାର ପ୍ରଚାର ଲାଗି ଶେଷ ଦିବସ ଥିବାରୁ ଏହାର ଦିନକ ପୂର୍ବରୁ ଅର୍ଥାତ୍ ଶନିବାର ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ରୋଡ୍‌ ଶୋ’ କରି ବିଜେପି ପ୍ରାର୍ଥୀ ଜୟଙ୍କୁ ଜିତାଇବାକୁ ନୂଆପଡ଼ାବାସୀଙ୍କୁ ଅନୁରୋଧ କରିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

Breaking News