ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା (ଆଇଏମ୍ଡି) । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ ବୋଲି ପୂର୍ବାନୁମାନ ହୋଇଛି । ପାଣିପାଗ ବିଭାଗ ଅନୁସାରେ ଆରବ ସାରଗ ବା ଦକ୍ଷିଣ ଆଣ୍ଡାମାନରେ ମୌସୁମୀ ଆସିବା ପୂର୍ବର ଗତିବିଧି ଆରମ୍ଭ ହୋଇଯାଇଛି। ଯାହା ଭାରତୀୟ ମନସୁନ୍ ପାଇଁ ଏକ ଭଲ ସଙ୍କେତ। ମେ’ ୩୧ ସୁଦ୍ଧା କେରଳକୁ ଆସିବାପାରେ ମୌସୁମୀ ବାୟୁ ଧୀରେ ଧୀରେ ଚାରିଆଡେ ପ୍ରବେଶ କରିବା। ମୌସୁମୀର ଶୀଘ୍ର ଆଗମନ ଯୋଗୁ ଏଥର ବର୍ଷା ମଧ୍ୟ ଭଲ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……