ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜିଠାରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେଉଛି। କରୋନା କଟକଣା ମଧ୍ୟରେ ବାସୁଥିବା ଏହି ଅଧିବେଶନ ୧୯ଟି କାର୍ଯ୍ୟଦିବସ ସହ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ସରକାର ୩୦ଟି ବିଲ୍ ଆଣିବାକୁ ପ୍ରସ୍ତୁତ ହେଉଥିବା ବେଳେ ସମସ୍ତ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି। ସେପଟେ ବିରୋଧୀ ସରକାରଙ୍କୁ ଘେରିବାକୁ ଅପେକ୍ଷା କରି ରହିଛନ୍ତି । ସରକାରଙ୍କ କୋଭିଡ ପରିଚାଳନା ନୀତିକୁ କଂଗ୍ରେସ ସମାଲୋଚନା କରିଆସିଛି, ସେହିପରି ଦରଦାମ ବୃଦ୍ଧି ବିଶେଷ କରି ତୈଳ ଓ ଗ୍ୟାସ ଦର ବୃଦ୍ଧିକୁ ପ୍ରସଙ୍ଗ ଉଠାଇବାକୁ ଜାଗିବସିଛନ୍ତି ବିରୋଧୀ । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଡାକିଥିବା ଏହି ବୈଠକରେ ୩୩ଟି ରାଜନୈତିକ ଦଳରୁ ୪୦ ଜଣ ନେତା ଯୋଗ ଦେଇଥିଲେ। ଗୃହ ଶାନ୍ତି ଶୃଙ୍ଖଳାର ସହ ଚାଲିବା ପାଇଁ ସରକାର ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି। ବୈଠକକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ସବୁ ଦଳର ପ୍ରତିନିଧି ବିଶେଷ କରି ବିରୋଧୀଙ୍କ ପରାମର୍ଶ ବେଶ୍ ଗୁରୁତ୍ବପୂର୍ଣ୍ଣ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….