Report Card Odisha

| Daily Odia News

ଓବିସି ବିଲ୍କୁ ସମର୍ଥନ କରିବେ ବିରୋଧୀ,ଆଲୋଚନା ପାଇଁ ରଖିଲେ ଦାବି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସୋମବାର କେନ୍ଦ୍ରର କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ବିଲ୍‌କୁ ସମର୍ଥନ କରିବେ ବିରୋଧୀ। ଏହି ବିଲ୍ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ନିଜର ଓବିସି ତାଲିକା ପ୍ରସ୍ତୁତ କରିବାକୁ ଅନୁମତି ଦେଇଥାଏ। ୧୨୭ ପୃଷ୍ଠା ସମ୍ବଳିତ ବିଲ୍‌ ୨୦୨୧ ଗତ ସପ୍ତାହରେ କେନ୍ଦ୍ର କ୍ୟାବିନେଟ୍‌ରେ ପାସ୍ ହୋଇଥିଲା। ଆଜି ଏହା ସଂସଦରେ ଉପସ୍ଥାପିତ ହେବ। ଏହାକୁ ବିରୋଧୀ ଦଳଗୁଡ଼ିକ ମଧ୍ୟ ସମର୍ଥନ କରିବେ ବୋଲି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲୀକାର୍ଜୁ ଖଡ଼ଗେ ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଖଡଗେ କହିଛନ୍ତି “ଓବିସି ବର୍ଗର ସ୍ୱାର୍ଥକୁ ଦେଖି ସମସ୍ତ ବିରୋଧୀ ଦଳର ନେତାମାନେ ଏହି ବିଲ୍‌କୁ ସମର୍ଥନ ଦେବେ। କିନ୍ତୁ ବିଲ୍ ପାସ୍ ହେବା ପୂର୍ବରୁ ଆମେ ଏ ବିଷୟରେ ଆଲୋଚନା ଚାହୁଁଛୁ।” ତେବେ କେବଳ କନଷ୍ଟିଟ୍ୟୁସନ ଆମେଣ୍ଡମେଣ୍ଟ ବିଲ୍‌କୁ ବିରୋଧୀମାନେ ସମର୍ଥନ କରିବେ ଅନ୍ୟ କୌଣସିକୁ ନୁହେଁ। ଅନ୍ୟ ମାମଲା ଅଲଗା ହୋଇ ରହିଛି କିନ୍ତୁ ଏବେ ଆମେ ଏହି ବିଲ୍‌କୁ ପାସ୍ କରିବାକୁ ପ୍ରସ୍ତୁତ ଅଛୁ ବୋଲି ଶ୍ରୀ ଖଡ଼ଗେ କହିଛନ୍ତି। ଏହାପୂର୍ବରୁ ସଂସଦ ପରିସରରେ ୧୫ ଜଣ ବିରୋଧୀ ଦଳ ନେତାଙ୍କ ବୈଠକ ହୋଇଥିଲା। ଏହି ବୈଠକରେ ପୁରୁଣା ଇଶୁକୁ ନେଇ ସରକାରଙ୍କୁ ଘେରିବାକୁ ନୂଆ ଯୋଜନା କରିଥିଲେ ବିରୋଧୀ ଦଳ ନେତା। ଆଉ ବୈଠକ ପରେ ଏପରି ସୂଚନା ଦେଇଛନ୍ତି ମଲ୍ଲୀକାର୍ଜୁନ ଖଡ଼ଗେ।

 

Breaking News