ରିପୋର୍ଟ କାର୍ଡ / କଟକ
ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଉ ୫ ଦିନିଆ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଅଦଲତରେ ଆବେଦନ କରିବ। ଗତକାଲି ୫ ଦିନିଆ ରିମାଣ୍ଡ ଶେଷ ହୋଇଥିବାରୁ ଅଧିକ ୫ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କୁ ଆଣି ମେମୋରି କାର୍ଡ ଓ ନିରଂଜନ ସେଠୀଙ୍କ ଡାଏରି ସମ୍ପର୍କରେ ଖୋଳତାଡ଼ କରିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରାଯାଉଛି। ସୂଚନାଯୋଗ୍ୟ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗଲା ୨୯ ତାରିଖରୁ ରିମାଣ୍ଡରେ ଆଣି ପଚରାଉଚରା କରୁଥିଲା। ମାନସ ସ୍ବାଇଁ ହତ୍ୟାକାଣ୍ଡ ସଂପର୍କିତ ଆହୁରି କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଶନିବାର ଦିନ କ୍ରାଇମବ୍ରାଞ୍ଚ ସଂଗ୍ରହ କରିଛି। ଅଭିଯୁକ୍ତଙ୍କ ରିମାଣ୍ଡ ଅବିଧି ଶନିବାର ଦିନ ଶେଷ ହୋଇଥିବା ବେଳେ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ଅଣାଯିବ। ତଥ୍ୟ ଅନୁଯାୟୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରି ଶନିବାର ଦିନ ଶର୍ମିଷ୍ଠା ରାଉତର ବେଡ୍ରୁମରୁ ମିଳିଛି। ଏହି ଡାଏରିରେ ନିରଞ୍ଜନର ବ୍ୟକ୍ତିଗତ ତଥ୍ୟ ରହିଥିବା କୁହାଯାଉଛି।






More Stories
କଟକ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ହେଲେ ରାଜେନ୍ଦ୍ର ବଲ୍ଲଭ ବେହେରା….
କ୍ୟାବିନେଟ ବୈଠକରେ ୪ ପ୍ରସ୍ତାବକୁ ମୋହର…..
ରାତି୧୦ଟାରେ ଉଠିବ ମହାଦୀପ…..