ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦୀର୍ଘ ଦିନ ହେବ କରୋନା ସହିତ ଲଛେଇ କରୁଛି ବିଶ୍ୱ | ଲହର ପରେ ଲହର ମାଢି ଆସୁଛି କରୋନା | ଡେଲ୍ଟାଠାରୁ ଆଉ ଏକ ଭୟଙ୍କର ପ୍ରଜାତି ଚିହ୍ନଟ ହୋଇଛି। କରୋନାର ଏହି ନୂଆ ପ୍ରଜାତି ହେଉଛି ବି.୧.୧.୫୨୯। ଏହା ୩୫ ଥର ରୂପାନ୍ତରଣ ହେଉଛି। ଏହି ପ୍ରଜାତି ଦ୍ବାରା ସଂକ୍ରମଣ ଅତ୍ୟନ୍ତ ଦ୍ରୁତ ଗତିରେ ବ୍ୟାପୁଛି। ଏହା ଅତ୍ୟନ୍ତ ଚିନ୍ତାର କାରଣ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ପ୍ରଜାତି ପ୍ରଥମେ ନଭେମ୍ବର ୧୧ ତାରିଖରେ ବୋସ୍ତୱାନାରେ ଚିହ୍ନଟ ହୋଇଛି। ଏହି ପ୍ରଜାତି ଦକ୍ଷିଣ ଆଫ୍ରିକା, ହଂକଂ ଏବଂ ଚୀନ୍ରେ ଚିହ୍ନଟ ହୋଇଥିବାରୁ ଏହାର ସଂକ୍ରମଣ କ୍ଷମତା ଅତି ମାରାତ୍ମକ ବୋଲି କୁହାଯାଇଛି। ଉପରୋକ୍ତ ରାଷ୍ଟ୍ରମାନଙ୍କରେ ବି.୧.୧.୫୨୯ ପ୍ରଜାତିର ୩୨ ମାମଲା ଚିହ୍ନଟ ହୋଇଛି। ଏହି ନୂଆ ପ୍ରଜାତିକୁ ‘ନୁ’ କୁହାଯାଉଛି। ଦକ୍ଷିଣ ଆଫ୍ରିକାରେ ୨୭ ଏବଂ ହଂକଂରେ ୩ଟି ମାମଲା ଚିହ୍ନଟ ହୋଇଛି।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..