Report Card Odisha

| Daily Odia News

ଚୀନ୍‌ ଓ ଭାରତୀୟ ସେନାଙ୍କ ମଧ୍ୟରେ ସଂଘର୍ଷ ହୋଇପାରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବେଜିଙ୍ଗ୍‌ ଦ୍ରୁତ ବେଗରେ ତା’ର ସାମରିକ ଭିତ୍ତିଭୂମି ବୃଦ୍ଧି କରୁଥିବାରୁ ଲଦାଖରେ ଚୀନ୍‌ ଓ ଭାରତୀୟ ସେନାଙ୍କ ମଧ୍ୟରେ ଆହୁରି ସଂଘର୍ଷ ହୋଇପାରେ ବୋଲି ‘ରଏଟର୍ସ’ ରିପୋର୍ଟ କରିଛି। ନିକଟ ଅତୀତରେ ‘ସିକ୍ୟୁରିଟି ଇସ୍ୟୁଜ୍‌ ପର୍‌ଟେନିଙ୍ଗ୍‌ ଟୁ ଅନ୍‌ଫେନ୍‌ସ୍‌ଡ୍‌ ଲ୍ୟାଣ୍ଡ୍‌ ବର୍ଡର୍‌’ ଉପରେ ଆଧାରିତ ପଦସ୍ଥ ପୁଲିସ ଅଧିକାରୀମାନଙ୍କ ବୈଠକରେ ଲଦାଖ ପୁଲିସ ଦାଖଲ କରିଥିବା ଗୋପନୀୟ ଗବେଷଣା କାଗଜପତ୍ରର ତଥ୍ୟାବଳୀ ଉପରେ ଉକ୍ତ ରିପୋର୍ଟ କରାଯାଇଛି ବୋଲି କୁହାଯାଉଛି। ଜାନୁଆରି ୨୦ରୁ ୨୨ ପର୍ଯ୍ୟନ୍ତ ଚାଲିଥିବା ଏହି ବୈଠକ ବା ସମ୍ମିଳନୀର ଆୟୋଜକ ଥିଲେ ‘ଇଣ୍ଟେଲିଜେନ୍‌ସ୍‌ ବ୍ୟୁରୋ’ (ଆଇବି)। ଏଥିରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଅମିତ ଶାହ। ଲଦାଖରେ ଦୁଇ ଦେଶ ମଧ୍ୟରେ ଆହୁରି ସଂଘର୍ଷ ଘଟିବ ବୋଲି ସୀମାନ୍ତ ଅଞ୍ଚଳରୁ ସ୍ଥାନୀୟ ପୁଲିସ ସଂଗ୍ରହ କରିଥିବା ଗୁଇନ୍ଦା ତଥ୍ୟାବଳୀ ଏବଂ ବିଗତ ବର୍ଷମାନଙ୍କରେ ଭାରତ-ଚୀନ୍‌ ସାମରିକ ଉତ୍ତେଜନାର ଧାରା ଉପରେ ଆଧାରିତ ଆକଳନରୁ ଆଭାସ ମିଳୁଥିବା ‘ରଏଟର୍ସ’ ରିପୋର୍ଟ କରିଛି। ଉଲ୍ଲେଖଯୋଗ୍ୟ, ପୂର୍ବ ଲଦାଖସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର କାରାକୋରାମ୍‌ ଖାଇ ରୁ ଚୁମୁର ପର୍ଯ୍ୟନ୍ତ ଥିବା ସମୁଦାୟ ୬୫ଟି ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ରୁ ୨୬ ପାଟ୍ରୋଲିଙ୍ଗ୍‌ ପଏଣ୍ଟ୍‌ରେ ଭାରତୀୟ ସଶସ୍ତ୍ର ବଳର ଉପସ୍ଥିତି ନାହିଁ ବୋଲି ଜଣାପଡ଼ିବାର ଅଳ୍ପ ଦିନ ପରେ ‘ରଏଟର୍ସ’ ଉପରୋକ୍ତ ରିପୋର୍ଟ ପ୍ରକାଶ କରିଛି। ପୂର୍ବ ଲଦାଖର ସୀମାନ୍ତ ଅଳଚାବସ୍ଥା ସଂକ୍ରାନ୍ତରେ ଗତ ଡିସେମ୍ବର ମାସରେ ମଧ୍ୟ ଭାରତ ଓ ଚୀନ୍‌ ସଦ୍ୟ ଆଲୋଚନା ଚକ୍ର ଆରମ୍ଭ କରିଛନ୍ତି। କିନ୍ତୁ, ଏଥିରେ କିଛି ସଫଳତା ମିଳିଥିବା ସୂଚନା ଆସିନାହିଁ।

Breaking News