Report Card Odisha

| Daily Odia News

ଆଫଗାନିସ୍ତାନରେ ଭୂ-କମ୍, ୨୫୫ ମୃତ୍ୟୁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଫଗାନିସ୍ତାନରେ ବଡ଼ଧରଣର ଭୂ-କମ୍ପ ଅନୁଭୂତ ହୋଇଛି । ଏହି ଭୂ-କମ୍ପରେ ୨୫୫ ଲୋକଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ଥିବା ବେଳେ ପାକିସ୍ତାନର କିଛି ଅଞ୍ଚଳରେ ବି ଭୂକମ୍ପର ଝଟକା ଅନୁଭୂତ ହୋଇଛି । ୟୁଏସ ଜିଓଲଜିକାଲ ସର୍ଭେ ଅନୁସାରେ, ଭୂକମ୍ପର କେନ୍ଦ୍ର ଆଫାଗାନିସ୍ତାନର ଦକ୍ଷିଣପୂର୍ବରେ ଥିଲା । ଭୂକମ୍ପର ତୀବ୍ରତା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ । ଅବଶ୍ୟ ରେକ୍ଟର ସ୍କେଲରେ ୭.୦ ବା ଏଥିରୁ ଅଧିକ ତୀବ୍ରତା ଥିବା ଭୂକମ୍ପକୁ ସାମାନ୍ୟରୁ ବିପଜ୍ଜନକ ଭାବେ ବିବେଚନା କରାଯାଏ । ଆଫାଗାନିସ୍ତାନରେ ଆସିଥିବା ଭୂକମ୍ପ ଏଥିରୁ କମ୍ ତୀବ୍ରତା ବୋଲି ଜଣାପଡିଛି ।

 

Breaking News