ରିପୋର୍ଟକାର୍ଡ / ଭୁବନେଶ୍ୱର
ରାଜ୍ୟରେ ଗ୍ରୀଷ୍ମ ଆରମ୍ଭରୁ ତାପମାତ୍ରା ବୃଦ୍ଧି ପାଇଛି । ଦିନରେ ତାପମାତ୍ରା ୩୯ଂ ଉପରେ ରହୁହିବା ରିପୋର୍ଟ ଆସିଛି । ଯାହାଫଳରେ ବାହାରକୁ ବାହାରିବା କଷ୍ଟ ଦାୟକ ହୋଇପଡୁଛି | ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟରେ ଏଭଳି ତାପମାତ୍ରା ବୃଦ୍ଧି ପାଇଛି । ସେପଟେ ଖରାକୁ ଦୃଷ୍ଟିରେ ରଖି ଏପ୍ରିଲ ୪ ତାରିଖରୁ ରାଜ୍ୟର ସମସ୍ତ ଅଧସ୍ତନ କୋର୍ଟ ସକାଳୁଆ ଚାଲିବା ନେଇ ନିଷ୍ପତ୍ତି ନିଆଯାଇଛି । ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ କୋର୍ଟ ଛାଡ଼ି ସବୁ କୋର୍ଟ ସକାଳୁଆ ହେବ । ସକାଳ ୭ଟାରୁ ଦିନ ୧ ଟା ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ । ମଝିରେ କେବଳ ଦିନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟା ବିରତି ରହିବ । ଏନେଇ ସବୁ ଜିଲ୍ଲା ଜଜମାନଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ରେଜିଷ୍ଟ୍ରାର ।
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଏତିକି ଖାଲି କରିଦିଅନ୍ତୁ,ମୋତେ ଆଣ୍ଠା କହିଲେ ଆଣ୍ଠେଇବି…..
ସିସୋଦିଆ ଏବଂ ସତ୍ୟୈନ୍ଦ୍ରଙ୍କ ପାଇଁ ବଢିଲା ଅଡୁଆ…..