Report Card Odisha

| Daily Odia News

ସକାଳୁଆ ସ୍କୁଲ…..

ରିପୋର୍ଟ କାର୍ଡ / ଭୁବନେଶ୍ଵର

ରାଜ୍ୟରେ ଗ୍ରୀଷ୍ମ ଆରମ୍ଭରୁ ତପମାତ୍ର ବୃଢ଼ହି ପାଇଛି| ଯାହାଦ୍ୱାରା ବାହାରକୁ ବାହାରିବା ଅସମ୍ଭବ ହେଉଛି | ଖରାଯୋଗୁଁ ଛାତ୍ରଛାତ୍ରୀଙ୍କର ସ୍କୁଲ ଯିବା ଆସିବା ରେ ସମସ୍ୟା ସୃଷ୍ଟି ହେବ | ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସମୟ ବଦଳାଇବାକୁ ସରକାରୀ ସ୍ତରରେ ବିଚାରବିମର୍ଶ ଚାଲିଛି। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି । ସରକାରୀ ଭାବେ ଏନେଇ କୌଣସି ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ପରିବର୍ତ୍ତିତ ସମୟ ସମ୍ବନ୍ଧରେ ଘୋଷଣା ହୋଇପାରେ। ଆଜି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମପ୍ରବାହକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ସ୍ବତନ୍ତ୍ର ରିଲିଫ ଆୟୁକ୍ତଙ୍କ ସମେତ, ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଅନ୍ୟ ବିଭାଗର ଅଧିକାରୀ ଯୋଗଦେବେ।ଏହି ବୈଠକରେ ଗ୍ରୀଷ୍ମପ୍ରବାହକୁ ନେଇ ସରକାରୀ ସ୍ତରରେ ପ୍ରସ୍ତୁତି ଏବଂ ଆଗାମୀ ପଦକ୍ଷେପ ସମ୍ବନ୍ଧରେ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ୧୮ରେ ଦୋଳ ପୂର୍ଣ୍ଣିମା ଓ ୧୯ରେ ହୋଲି ରହିଛି । ୨୦ରେ ରବିବାର ଥିବାରୁ ୨୧ରୁ ବିଦ୍ୟାଳୟ ସକାଳୁଆ କରିବାକୁ ସରକାରୀ ସ୍ତରରେ ଯୋଜନା କରାଯାଇଛି। ତେବେ ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ନବମ ଶ୍ରେଣୀରୁ +୨ ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କର ପୂର୍ବାହ୍ନ ୧୦ଟାରୁ ପାଠପଢା ଆରମ୍ଭ ହେଉଥିବାବେଳେ ଅପରାହ୍ଣ ୪ଟାରେ ଶେଷ ହେଉଛି । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପୂର୍ବାହ୍ନ ୧୦ଟାରୁ ପାଠପଢା ଆରମ୍ଭ ହୋଇ ଅପରାହ୍ଣ ୧ଟାରେ ଶେଷ ହେଉଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ସମୟ ସକାଳୁଆ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଏନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।

Breaking News