Report Card Odisha

| Daily Odia News

ଆଜିଠୁ ସ୍କୁଲରେ ସକାଳ ପାଠପଢା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହର ତାପମାତ୍ରା ୪୨ରୁ ୪୫ ଡିଗ୍ରୀ ରହୁଛି । ଏହାକୁ ନଜରରେ ରଖି ଆଜିଠୁ ପିଲାଙ୍କ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟାରୁ ସକାଳ ୯ଟା ଯାଏ ପିଲାଙ୍କ ପାଠ ପଢା ହୋଇଛି । ଛୋଟ ପିଲାମାନେ ସକାଳୁ ସ୍କୁଲ ଆସିଛନ୍ତି। ଖରା ବଢିବା ପୂର୍ବରୁ ସ୍କୁଲ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଖବର ଅନୁଯାୟୀ, ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ ତାରିଖରୁ ୩୦ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ରାଜ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ନେଇ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସ୍କୁଲ ଛୁଟି ହେଲେ ମଧ୍ୟ ମାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ ବୋଲି ବିଭାଗ କହିଥିଲା । ଆଉ ଏବେ ୫ ଦିନର ଛୁଟି ପରେ ସକାଳ ୬ଟାରୁ ସକାଳ ୯ଟା ଯାଏ ପିଲାଙ୍କ ପାଠ ପଢା ହେବ ।

 

Breaking News