ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏପ୍ରିଲ ୩ ତାରିଖରୁ ଚଳିତ ଶିକ୍ଷାବର୍ଷର ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହେବ। ତେବ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ ହେବ ବୋଲି ଘୋଷଣା କରାଯାଇଛି । ସକାଳ ୭ଟାରୁ ସାଢ଼େ ୧୧ଟା ଯାଏଁ ସ୍କୁଲରେ ପାଠପଢ଼ା ଚାଲିବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀରେ ସକାଳୁଆ ପାଠପଢା ହେବ ବୋଲି ସ୍ଥିର ହୋଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି | ଗ୍ରୀଷ୍ମ ବଢିଲେ ଜିଲ୍ଲାପାଳମାନେ ସ୍ଥିତି ଅନୁସାରେ ଅବଧି ବଢ଼ାଇ ପାରିବେ |






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..