ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୋତେ ଟିକେ ସମାଲୋଚନା ପସନ୍ଦ । କିନ୍ତୁ ଏବେ ସମାଲୋଚକଙ୍କ ସଂଖ୍ୟା ବହୁତ କମ ଅଭିଯୋଗ ଅଧିକ । ଏକ ପତ୍ରିକାକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପରି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସମାଲୋଚନା ଓ ଅଭିଯୋଗ ମଧ୍ୟରେ ବହୁତ ବଡ ପାର୍ଥକ୍ୟ ରହିଛି । ପ୍ରସଙ୍ଗକୁ ନେଇ ତଥ୍ୟ ଯାହା ପାଖରେ କମ୍ ରହିଛି ସେମାନେ ଅଭିଯୋଗ କରିଥାନ୍ତି । ସମାଲୋଚନା କରିବା ପାଇଁ ଅଧ୍ୟୟନ ସହ ପ୍ରସଙ୍ଗ ଉପରେ ଗଭୀର ଜ୍ଞାନ ଥିବା ଜରୁରୀ । ଏଥିରେ ବହୁତ ପରିଶ୍ରମ କରିବାକୁ ପଡେ । ସରକାର ଗବେଷଣାକୁ ପ୍ରାଥମିକତା ଦେଇଥାନ୍ତି । ସରକାର ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନରୁ ଆଗକୁ ଯାଇ ଜୟ ଯବାନ, ଜୟ କିଷାନ , ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ନାରା ଦେଇଥିଲେ । ତେଣୁ ଦେଶ ଏବେ ଆତ୍ମନିର୍ଭର ହେବାରେ ଲାଗିଛି । ବିଶ୍ୱର ସବୁଠାରୁ ବଡ ଟିକାକରଣ ଭାରତରେ ଚାଲିଛି । ଭାରତରେ ଟିକାକରଣର ଶ୍ରେୟ ମୋଦୀ ଜନତାଙ୍କୁ ଦେଇଛନ୍ତି । ଟିକାକରଣ ଅଭିଯାନ ପଛରେ ଦେଶବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଅନେକ ଦେଶ ଅଛି ଯେଉଁଠାରେ ଟିକା ନାହିଁ । କିନ୍ତୁ ଭାରତ ଏହି କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିଛି ବୋଲି ସେ କହିଛନ୍ତି ।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..