ରିପୋର୍ଟ କାର୍ଡ / ନୟାଗଡ଼
୨୦ ଟଙ୍କାରେ ଦହିବରା ଖାଇଦେବାରୁ ଝିଅକୁ ପିଟିପିଟି ମାରିଦେଇଛି ସାବତ ମାଆ | ଏପରି ବୀଭତ୍ସ ହତ୍ୟାକାଣ୍ଡ ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଶ୍ମଶାନରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ସାମତ ମାଆକୁ ଅଟକ ରଖି ପଚରାଉଚରା କରୁଛି। ଫତେଗଡ ଥାନା ବାଉଁଶବାଟୀ ପଞ୍ଚାୟତର ପୋଡା ସାହିର ସୁକୁଟା ସ୍ୱାଇଁ ୨୦ ବର୍ଷ ତଳେ ଶଶୀଙ୍କୁ ବିବାହ କରିଥିଲେ। ତାଙ୍କ ଔରଷରୁ ଦୁଇଟି ଝିଅ ଜନ୍ମ ହୋଇଥିଲେ। ୯ ବର୍ଷ ତଳେ ସାନ ଝିଅ ତୁଳସୀ ଛୋଟ ପିଲାଟିଏ ଥିଲା, ଆଖି ବୁଜିଥିଲେ ଶଶୀ। ପତ୍ନୀଙ୍କ ମୃତ୍ୟୁ ପରେ ତାଙ୍କ ପଡ଼ୋଶୀ ସୁକୁଟାଙ୍କଠାରୁ ବଡ଼ ଝିଅକୁ ନେଇ ପୋଷ୍ୟ ସନ୍ତାନ କରିଥିଲେ। ବଡ଼ଝିଅ ସେଠାକୁ ଗଲା ପରେ ସାନଝିଅ ତୁଳସୀ ଏକୁଟିଆ ହୋଇଯାଇଥିଲା।ତେବେ ୨ ବର୍ଷ ତଳେ ସୁକୁଟା କଳପଙ୍ଗି ଗାଁର ମଣ୍ଡା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ ପରେ ମଣ୍ଡା ମାଆ ହୋଇଥିଲେ। ତାଙ୍କର ପୁଅଟିଏ ହୋଇଥିଲା। ପୁଅ ଜନ୍ମ ପରେ ସୁକୁଟା କାମ ପାଇଁ କେରଳ ଚାଲି ଯାଇଥିଲେ। ଆଉ ଏହାର ସୁଯୋଗ ନେଇ ମଣ୍ଡା ସଉତୁଣୀ ଝିଅ ତୁଳସୀକୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ୯ ମ ଶ୍ରେଣୀରେ ପଢ଼ୁଥିବା ତୁଳସୀକୁ ମାଡ଼ ମାରୁଥିବା ଅଭିଯୋଗ ହେଉଥିଲା। ମଙ୍ଗଳବାର ତୁଳସୀ କୁ ଔଷଧ ଆଣିବା ପାଇଁ ୧୦୦ ଟଙ୍କା ଦେଇଥିଲେ ସାବତ ମାଆ ମଣ୍ଡା। ତୁଳସୀ ୮୦ ଟଙ୍କାର ମେଡିସିନ କିଣି ଥିବା ବେଳେ ବାକି ୨୦ ଟଙ୍କାର ଦହବରା କିଣି ଖାଇ ଦେଇଥିଲେ। ତୁଳସୀ ଘରକୁ ଫେରିବା ପରେ ୧୦୦ ଟଙ୍କାର ହିସାବ ମାଗିଥିଲେ ମଣ୍ଡା। ଔଷଧ ଆଣିବା ପରେ ବଳି ପଡ଼ିଥିବା ୨୦ ଟଙ୍କାରେ ଦହିବରା ଖାଇ ଦେଇଛି ବୋଲି ତୁଳସୀ କହିଥିଲେ। ଏଥିରେ ରାଗି ଯାଇ ମଣ୍ଡା ଠେଙ୍ଗାରେ ତୁଳସୀଙ୍କୁ ପ୍ରବଳ ପିଟିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ମଣ୍ଡା ପ୍ରଥମେ ମୃତଦେହକୁ ଘର ଭିତରେ ଲୁଚାଇ ରଖିଥିଲେ। ତା’ପରେ ନିଜ ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ବୁଧବାର ସନ୍ଧ୍ୟା ବେଳେ ମୃତଦେହକୁ ନେଇ ଜଙ୍ଗଲ ପାର୍ଶ୍ୱ ଗାଁ ଶ୍ମଶାନରେ ପୋଡ଼ିବା ପାଇଁ ବ୍ୟବସ୍ଥା କରୁଥିଲେ। ଗାଁ ଲୋକେ ଏ ସମ୍ପର୍କରେ ତୁଳସୀ ମାମୁଙ୍କୁ ଖବର ଦେଇଥିଲେ। ଫତେଗଡ ଥାନା ପୋଲିସକୁ ଖବର ଦେଇଥିଲେ ଗାଁ ଲୋକ। ଅଭିଯୋଗକୁ ଭିତ୍ତିକରି ପୋଲିସ ଶ୍ମଶାନରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଏହି ମାମଲାରେ ପୋଲିସ ମଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ବାପା ଟୁକୁନା କେରଳରେ ଥିବାରୁ ଘରକୁ ଆସି ପାରିନଥିବା ଜଣାପଡିଛି
More Stories
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ…..
ବାଲିଯାତ୍ରାରେ ଫୁଡ୍ ଷ୍ଟଲ୍ରେ ଚଢାଉ…..
ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା….