Report Card Odisha

| Daily Odia News

ନବବଧୂ ହତ୍ୟା ଅଭିଯୋଗରେ ଶାଶୁ ଗିରଫ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜଧାନୀ ଉପକଣ୍ଠ କଳିଙ୍ଗବିହାରରୁ ଦୀପାବଳି ଦିନ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଘଟଣାରେ ଆଜି ଶାଶୁଙ୍କୁ ପୋଲିସ ଗିରଫ କରିଛି | କିନ୍ତୁ ଏ ଯାଏ ସ୍ୱାମୀ ଓ ଶ୍ୱଶୁରଙ୍କର ପତ୍ତା ମିଳୁନଥିବା ଜଣାପଡିଛି । ମୃତ ନବବଧୂଜଣକ ହେଲେ ୨୮ ବର୍ଷିୟା ସୁଶ୍ରୀ ସଙ୍ଗୀତା ବସ୍ତିଆ । ୨୦୨୧, ଜାନୁୟାରୀ ୨୦ରେ କଟକ ଗୋବିନ୍ଦପୁର ଥାନା ନୂଆଗାଁର ପ୍ରବୀଣ ଚନ୍ଦ୍ର ନାୟକଙ୍କୁ ବିବାହ କରିଥିଲେ ନିଆଳି ଅଞ୍ଚଳର ସଙ୍ଗୀତା । ତେବେ ଦୀପାବଳି ଦିନ କୌଣସି କାରଣକୁ ନେଇ ପାରିବାରିକ ବିବାଦ ଉପୁଜିଥିଲା । ଏହାପରେ ସୁଶ୍ରୀ ସଙ୍ଗୀତାଙ୍କ ପରିବାରକୁ ପ୍ରବୀଣଙ୍କ ଘରୁ ଏକ ଫୋନ୍‌ ଆସିଥିଲା। ତମ ଭଉଣୀ ଦେହ ଭଲ ନାହିଁ, ଘର କବାଟ ବନ୍ଦ କରିଥିଲା , ସେନ୍ସ ଆସୁନି ତମେ ଆସ ବୋଲି ଶାଶୁ ଘର ଲୋକେ କହିଥିଲେ । ବାପ ଘର ଲୋକେ ନିଆଳିରୁ ଆସି ପହଞ୍ଚିବା ପରେ ଝିଅର ମୃତ୍ୟୁ ହୋଇସାରିଥିବା ବେଳେ ମୃତଦେହ ଏମ୍ସରେ ଥିବା ଶାଶୁ ଘର ଲୋକେ କହିଥିଲେ। ଝିଅକୁ ମାରିଦେଇ ଶାଶୁ ଘର ଲୋକେ ସବୁ ପ୍ରମାଣ ନଷ୍ଟ କରିଛନ୍ତି ବୋଲି ସଙ୍ଗୀତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରଠୁ ସୁଶ୍ରୀ ସଙ୍ଗୀତାଙ୍କ ଶାଶୁ ମୃତଦେହ ପାଖରେ ଥିବା ବେଳେ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଫେରାର ହୋଇ ଯାଇଥିଲେ। ଏନେଇ ତମାଣ୍ଡୋ ଥାନାରେ ସୁଶ୍ରୀ ସଙ୍ଗୀତାଙ୍କ ବାପଘର ଲୋକେ ଅଭିଯୋଗ କରିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଶାଶୁ ସାବିତ୍ରୀ ନାୟକଙ୍କୁ ଗିରଫ କରିଛି।

Breaking News