Report Card Odisha

| Daily Odia News

ମା ବଦଳେଇ ପାରିବ ଶିଶୁର ସାଙ୍ଗିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମା ଶିଶୁର ଏକମାତ୍ର ପ୍ରାକୃତିକ ଅଭିଭାବକ ହୋଇଥିବାରୁ ନିଜ ସନ୍ତାନର ଉପନାମ ସ୍ଥିର କରିବାର ଅଧିକାର ରହିଛି । ସୁପ୍ରିମକୋର୍ଟ ପୁନର୍ବାର ବିବାହ କରୁଥିବା ମହିଳାଙ୍କ ଅଧିକାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଜଷ୍ଟିସ ଦୀନେଶ ମହେଶ୍ୱରୀ ଓ ଜଷ୍ଟିସ କୃଷ୍ଣ ମୁରାରୀଙ୍କ ଏକ ବେଞ୍ଚ ଏହି ନିଷ୍ପତ୍ତି ନେଇଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ କୁହାଯାଇଛି କି, ‘ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଉଛି ଏବଂ ସେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ହୋଇଥିବା ସନ୍ତାନକୁ ନିଜ ଦ୍ୱିତୀୟ ସ୍ୱାମୀଙ୍କ ନାମ ଦେଇପାରିବେ । ପିତାଙ୍କ ମୃତ୍ୟୁ ପରେ ମାର ପୂରା ହକ ରହିଛି କି ସେ ନିଜ ସନ୍ତାନର ସାଙ୍ଗିଆ ବଦଳାଇପାରିବେ । ତେଣୁ ଏଭଳି ସ୍ଥିତିରେ ସରନେମ ପରିବର୍ତ୍ତନର ପୂରା ଅଧିକାର ମଧ୍ୟ ରହିଥିବା କୋର୍ଟ କହିଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଜଣେ ମା’କୁ ନିଜ ପିଲାର ସାଙ୍ଗିଆ ବଦଳାଇବା ଏବଂ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ନାମକୁ କେବଳ ‘ସାବତ ପିତା’ ଭାବରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଏପରି ନିର୍ଦ୍ଦେଶ ଦେବା ନିଷ୍ଠୁର ଏବଂ ଅଜ୍ଞତାକୁ ଚିତ୍ରିତ କରୁଛି ବୋଲି କୋର୍ଟ କହିଛନ୍ତି । ଏଥିରେ ଶିଶୁର ମାନସିକ ସ୍ୱାସ୍ଥ୍ୟ ଏବଂ ଆତ୍ମବିଶ୍ୱାସ ପ୍ରଭାବିତ ହେବାର ଅନେକ ସମ୍ଭାବନା ରହିଛି । ଗତକାଲି ଏଠାରେ ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ସେତେବେଳେ ତାଙ୍କ ସନ୍ତାନ କେବଳ ଅଢ଼େଇ ମାସର ଥିଲା । ପରେ ସେହି ମହିଳା ଏୟାରଫୋର୍ସର ଜଣେ ଅଧିକାରୀଙ୍କ ସହ ବିବାହ କରିଥିଲେ । ୨ୟ ବିବାହ କରିଥିବା ସ୍ୱାମୀଙ୍କ ସାଙ୍ଗିଆକୁ ପିଲାଙ୍କ ସାଙ୍ଗିଆଭାବେ ବ୍ୟବହାର କରିଥିଲେ । ଏହାକୁ ନେଇ ଲଲିତାଙ୍କ ପ୍ରଥମ ସ୍ୱାମୀର ଘର ଲୋକମାନେ ବିରୋଧ କରିଥିଲେ । ଏନେଇ ଲଲିତା ଆନ୍ଧପ୍ରଦେଶ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ ଉପରେ ଶୁଣାଣୀ କରି ଆନ୍ଧ୍ରକୋର୍ଟ କହିଥିଲେ ମହିଳା ଯଦି ୨ୟ ସ୍ୱାମୀଙ୍କ ସମସ୍ତ ରେକର୍ଡରେ ପ୍ରଥମ ପିଲାକୁ ସଉତୁଣୀ ପିଲାଭାବେ ଦର୍ଶାଯିବ । ଏପରି ସ୍ଥିତିରେ ପିଲାକୁ ଅନାବଶ୍ୟକ ପ୍ରଶ୍ନର ସାମ୍ନା କରିବାକୁ ପଡିବ । ମାନସିକ ଭାବରେ ଆଘାତ ପାଇବା ସହ ବାପାମା’ଙ୍କ ସହ ତା’ର ସମ୍ପର୍କରେ ମଧ୍ୟ ବାଧା ଉପୁଜିବ । ପିଲାଟିକୁ ସାଧାରଣ ଜୀବନ ଜିଇଁବା କଷ୍ଟକର ହୋଇପଡ଼ିବ । ତେଣୁ ପିଲାର ଉପନାମ ସ୍ଥିର କରିବାର ଅଧିକାର ମା’ ପାଖରେ ରହିଛି । ସୁପ୍ରିମକୋର୍ଟଙ୍କ କହିବା ଅନୁସାରେ, ଶିଶୁର ଏକମାତ୍ର ପ୍ରାକୃତିକ ଅଭିଭାବକ ହୋଇଥିବାରୁ ମାଆକୁ ଶିଶୁର ନାମ ନିର୍ଣ୍ଣୟ କରିବା ସହିତ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଛାଡ଼ିବାର ଅଧିକାର ମଧ୍ୟ ଦିଆଯାଇଛି ।

Breaking News