ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା ଅନ୍ତର୍ଗତ ସ୍ବର୍ଣ୍ଣବାଗ କଲୋନିସ୍ଥିତ ଗୋଟାଏ ଦ୍ବିତଳ ଘରେ ଅଗ୍ନିକାଣ୍ଡ ଘଟି ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତିରେ ‘ଇଲେକ୍ଟ୍ରିକ୍ ମିଟର୍’ରେ ‘ସର୍ଟସର୍କିଟ୍’ ହେବାରୁ ଅଗ୍ନିକାଣ୍ଡ ଘଟିଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି | ଏନେଇ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ପାଖରୁ ସୂଚନା ମିଳିଛି । ‘ସର୍ଟସର୍କିଟ୍’ ଫଳରେ ନିକଟରେ ରଖାଯାଇଥିବା ଗାଡ଼ିଗୁଡ଼ିକରେ ନିଆଁ ଲାଗିଥିଲା। ପରେ ଗାଡ଼ିରୁ ନିଆଁ କୋଠାକୁ ବ୍ୟାପିଯାଇଥିଲା। ପ୍ରାୟ ୩ ଘଣ୍ଟା ଉଦ୍ୟମ କରି ଦମକଳ ବାହିନୀ ନିଆଁ ଲିଭାଇବାରେ ସମର୍ଥ ହୋଇଥିଲେ। ଅଗ୍ନିଶମ ଓ ପୁଲିସ ଅଧିକାରୀମାନେ ପୋଡ଼ା କୋଠାଘରୁ ୫ଜଣଙ୍କ ଶବ ଉଦ୍ଧାର କରିବା ସହ ଆହତ ହୋଇଥିବା ଆହୁରି ୫ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଆଉ ୨ଜଣଙ୍କର ମୃତ୍ୟୁ ହେବାରୁ ସମୁଦାୟ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..