ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳ ମନ୍ଦିରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତୀ ବେଳେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ପୂଜାରୀଙ୍କ ସମେତ ୧୩ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଭସ୍ମ ଆଳତୀ ସମୟରେ ଅବିର ବ୍ୟବହାର କରାଯାଉଥିଲା । ଏହି ଆରତୀ ସମୟରେ ଗର୍ଭଗୃହ ମଧ୍ୟରେ କର୍ପୂର ପୋଡି ଯାଇଥିଲା । ଯେଉଁ କାରଣରୁ ସେଠାରେ ଉପସ୍ଥିତ ୧୩ ପୁରୋହିତ ଆହତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଉଜ୍ଜୈନ ଜିଲ୍ଲାପାଳ ନୀରଜ କୁମାର ସିଂହ କହିଛନ୍ତି ଯେ ନିଆଁକୁ ଆୟତ୍ତ କରାଯାଇଛି। ଏହି ଅଗ୍ନିକାଣ୍ଡରେ ଲୋକମାନେ ସାମାନ୍ୟ ଦଗ୍ଧ ହୋଇଥିବା ସେ କହିଛନ୍ତି।






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..