Report Card Odisha

| Daily Odia News

ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ଆଜି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଟ୍ୱିଟ କରି ସେ କହିଛନ୍ତି ଓଡ଼ିଶାରେ ଶାସନ ବ୍ୟବସ୍ଥା ଏବେ ହାସ୍ୟାସ୍ପଦ ହୋଇସାରିଛି। ଆମ ରାଜ୍ୟ ସରକାରଙ୍କୁ ନେଇ ଲଜ୍ଜା ଲାଗୁଛି। କିଛି ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି। ଏହା ଚିନ୍ତାଜନକ ବିଷୟ । ୨୦୨୪ ନିର୍ବାଚନ ପରେ ଏମିତି ଚାଲିବନି। ଖାଲି ସେତିକି ନୁହେଁ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭିଡିଓ ସହ ବିଜେଡି ସାଂଗଠନିକ ସମ୍ପାଦକଙ୍କ ସହ ଫାଇଭ ଟି ସଚିବଙ୍କ ଫଟୋ ବି ସେୟାର କରିଛନ୍ତି । ଅପରାଜିତା କହିଛନ୍ତି, ବିଜୁ ଜନତା ଦଳର ବୈଠକରେ ସରକାରୀ କର୍ମଚାରୀ ଭାଷଣ ଦେଉଛନ୍ତି। ଭିଡିଓରେ ଏସଏଚଜି ମହିଳା ଶପଥ ନେଉଥିବାର ଦେଖିବାକୁ ମିିଳିଛି। ଆଉ ଉପସ୍ଥିତ ଅଛନ୍ତି ବିଜେଡି ବିଧାୟକ। ଏସଏଚଜି ମାଷ୍ଟର ବୁକ କିଭଳି ବିଜେଡି ବିଧାୟକଙ୍କ ନିର୍ଦ୍ଦେଶ ମାନିବାକୁ ଶପଥ ନେଉଛନ୍ତି। ଏସଏଚଜି ଗୋଷ୍ଠୀ ସରକାରଙ୍କ ଦ୍ୱାରା ପରିଚାଳିତ ହେଉଛି। ଏପରି ସ୍ଥିତିରେ ସରକାରୀ ଦରମା ନେଉଥିଲା ବେଳେ କିଭଳି ବିଜେଡି ବିଧାୟକଙ୍କ ଶପଥ ନେଉଛନ୍ତି।

Breaking News