ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏନଡିଏ ଚୟନ କରିଥିବା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ କରିଛି । ସେପଟେ ଏହି ପ୍ରସଙ୍ଗରେ ବିଜେଡିକୁ ତେରେଛା ବାଣ ମାରିଛନ୍ତି ସାଂସଦ ଅପରାଜିତା ଷଢଙ୍ଗୀ । ସେ କହିଛନ୍ତି ବିଜେଡ଼ି ସମର୍ଥନ ନକରି ଯିବ କୁଆଡେ । ଅପରାଜିତା ଆହୁରି ମଧ୍ୟ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ସେ ଜଣେ ଆଦିବାସୀ ମହିଳା ଏବଂ ମହିଳାଙ୍କ ପ୍ରତିନିଧିତ୍ୱ କରୁଛନ୍ତି । ଓଡିଶା ଓ ପୂର୍ବ ଭାରତର ମହିଳା । ଏହିଭଳି ପ୍ରାର୍ଥୀ ଚୟନ କେବଳ ପ୍ରଧାନମନ୍ତ୍ରୀ ଓ ସଂସଦୀୟ ଦଳ ବୋର୍ଡର । ଏଭଳି ପ୍ରାର୍ଥୀ ଙ୍କୁ କିଏ ସମର୍ଥନ ଦେବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି, ଏନଡିଏର ଏଭଳି ଚଏସକୁ ଯେଉଁମାନେ ସମର୍ଥନ ଜଣାଇଛନ୍ତି ସେମାନଙ୍କୁ ଧନ୍ୟବାଦ । ଏଭଳି ଚଏସକୁ ସମର୍ଥନ ନଦେଇ ଯିବେ କୁଆଡେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀ କହିଛନ୍ତି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….