ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶୀ ସାଂସଦ ଅନୱରୁଲ ଅଜିମ ଅନୱରଙ୍କ ହତ୍ୟା ମାମଲାର ତଦନ୍ତରୁ ପଶ୍ଚିମବଙ୍ଗ ସିଆଇଡିକୁ ନୂଆ ତଥ୍ୟ ମିଳିଛି। ଅଜିମଙ୍କ ଜଣେ ବନ୍ଧୁ ହିଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଆମେରିକାରେ ବସି ସେ ହତ୍ୟାର ଷଡ଼ଯନ୍ତ୍ର କରିବା ସହିତ ଏଥିପାଇଁ ହତ୍ୟାକାରୀଙ୍କୁ ୫ କୋଟି ଟଙ୍କା ସୁପାରି ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ସାଂସଦ ଅଜିମଙ୍କୁ କଲକାତାର ଏକ ଫ୍ଲାଟରେ ହତ୍ୟା କରାଯାଇଥିବା ନେଇ ବାଂଲାଦେଶ ଗୃହମନ୍ତ୍ରୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଥିଲେ। ଗତ ୧୩ ତାରିଖରେ ଅଜିମ କଲକାତା ଆସିଥିଲେ। ସେବେଠାରୁ ସେ ନିଖୋଜ ହୋଇଯାଇଥିଲେ। କିନ୍ତୁ ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପଶ୍ଚିମବଙ୍ଗ ସରକାର ସିଆଇଡିକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ, ଅଜିମଙ୍କର ଜଣେ ବନ୍ଧୁ ଆମେରିକାରେ ରହିଛନ୍ତି। ସେ ଆମେରିକାର ବାସିନ୍ଦା। ତାଙ୍କର ଏକ ଫ୍ଲାଟ କଲକାତାରେ ରହିଛି। ସେ ହିଁ ଅଜିମଙ୍କୁ ହତ୍ୟା କରିବା ପାଇଁ ହତ୍ୟାକାରୀଙ୍କୁ ୫ କୋଟି ଟଙ୍କା ସୁପାରି ଦେଇଥିଲେ। ଏହି ଘଟଣାରେ ସିଆଇଡି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ମୁଖ୍ୟ ଅଭିଯୁକ୍ତ ବିଷୟରେ ଅଧିକ ତଥ୍ୟ ମିଳିପାରି ନାହିଁ।






More Stories
CJPଙ୍କ ପ୍ରତିବାଦ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କଲେ ସୁପ୍ରିମକୋର୍ଟ…..
CJP ଆଗରେ ନଇଁଲେ ସରକାର!….
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……