ରିପୋର୍ଟ କାର୍ଡ / ନୂଆଦିଲ୍ଲୀ / ଭୁବନେଶ୍ୱର
ଲୋକସଭାର ସ୍ୱତନ୍ତ୍ର ଅଧିବେଶନର ଆଜି ଦ୍ଵିତୀୟ ଦିନ |ସଂସଦରେ ଆଜି ଶପଥ ନେବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସହିତ ଅବଶିଷ୍ଟ ପ୍ରାୟ ୨୬୦ ସାଂସଦ | ସୋମବାର ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ୍ ଶପଥ ଗ୍ରହଣ କରିଥିଲେ। ଆଜି ବାକି ୧୯ ଓଡିଆ ସାଂସଦ ଗ୍ରହଣ କରିବେ । ତେବେ ଅଷ୍ଟାଦଶ ଲୋକସଭାର ଦୁଇ ଦିନିଆ ଅଧିବେଶନ ଆରମ୍ଭ ହୋଇଛି । ଏବଂ ଲୋକସଭାର କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ସାଂସଦ ମାନଙ୍କୁ ଶପଥ ପାଠ କରାଉଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଙ୍କ ସମେତ ୨୮୦ ଜଣ ସାଂସଦ ପଦ ଓ ଗୋପନୀୟତାର ସହ ଶପଥ ପାଠ କରିଥିଲେ। ଆଜି ବାକି ଥିବା ସାଂସଦ ମାନେ ଶପଥ ନେବେ। ଆଜି ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାଁ | ଚର୍ଚ୍ଚା ଭିତରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ଗତ ଥରର ବାଚସ୍ପତି ଓମ୍ ବିର୍ଲା , ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୁହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ, ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି.ପୁରେନ୍ଦେଶ୍ଵରୀ ।୨୬ ତାରିଖରେ ଲୋକସଭାର ବାଚସ୍ପତି ନିର୍ବାଚନ ହେବେ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନ ହେବ।






More Stories
ଆଜି ସଂସଦରେ ଅଭିଭାଷଣ ରଖିବେ ପ୍ରଧାନମନ୍ତ୍ରୀ…..
ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ,ଶପଥ ନେଲେ ମୁଖ୍ୟମନ୍ତ୍ରୀ….
୨ ଆତଙ୍କୀ ନିହତ…..