Report Card Odisha

| Daily Odia News

ଜୀବନ ନେଲା ଏମଆରଆଇ ମେସିନ୍‌…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜୀବନ ନେଇଗଲା ଏମଆରଆଇ ଡାଇଗ୍ନୋସିସ୍ ମେସିନ। ଏକ ମେଟାଲ୍‌ ଚେନ୍‌ ପିନ୍ଧି ଏମଆରଆଇ ରୁମ୍‌ ଭିତରକୁ ଯିବା ଜଣେ ବ୍ୟକ୍ତିଙ୍କ ପାଇଁ କାଳ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଆମେରିକାର ଓ୍ୱେଷ୍ଟବରୀର ନାସାଉର ଏକ ଓପନ ଏମଆରଆଇ ସେଣ୍ଟରରେ ଘଟିଛି ଏହି ଘଟଣା।ଖବର ମୁତାବକ, ୬୧ ବର୍ଷିୟ କିଥ୍ ମ୍ୟାକଏଲିଷ୍ଟର ନିଜ ଆଣ୍ଠୁର ଏମଆରଆଇ କରାଇବାକୁ ସମ୍ପୃକ୍ତ ସେଣ୍ଟରକୁ ଯାଇଥିଲେ। ମାତ୍ର ପିନ୍ଧିଥିବା ମେଟାଲ୍ ଚେନ୍ କାରଣରୁ ତାଙ୍କୁ ପ୍ରାଣ ହରାଇପାକୁ ପଡ଼ିଛି। କିଥ୍ ପାଖାପାଖି ୨୦ ପାଉଣ୍ଡ ଓଜନର ଏକ ଚେନ୍ ପିନ୍ଧିଥିଲେ। ମେସିନର ଚୁମ୍ୱକୀୟ ଶକ୍ତି ସେହି କାରଣରୁ କିଥଙ୍କୁ ନିଜ ଭିତରକୁ ଟାଣି ନେଇଥିଲା। ସତେ ଯେମିତି ଏମଆରଆଇ ମେସିନ୍‌ ତାଙ୍କୁ ଗିଳି ଦେଉଛି। ମେସିନ୍‌ ଭିତରେ ଫସି ବାରମ୍ୱାର ଆଘାତ ଫଳରେ ସେ ଗମ୍ଭୀର ଭାବେ ଆହତ ହୋଇଥିଲେ। ଏହାପରେ ହୃଦଘାତ ଯୋଗୁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଟେକ୍ନିସିଆନଙ୍କ ଅବହେଳା କାରଣରୁ ଏଭଳି ଘଟିଥିବା ଅଭିଯୋଗ କରିଛନ୍ତି କିଥ୍‌ଙ୍କ ପତ୍ନୀ ଏଡ୍ରିଏନ ଜୋନ୍ସ-ମ୍ୟାକଏଲିଷ୍ଟର।

Breaking News