ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଶ୍ବ ପାଣିପାଗ ସଙ୍ଗଠନ ଉପାଧ୍ୟକ୍ଷ ଭାବେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ନିର୍ବାଚିତ ହୋଇଛନ୍ତି । ଏ ସଂକ୍ରାନ୍ତରେ ଡବ୍ଲ୍ୟୁଏମଓ ଟ୍ବିଟ କରି ସୂଚନା ଦେଇଛନ୍ତି। ବିଶ୍ବ ପାଣିପାଗ ସଂସ୍ଥାନରେ ୧୪୮ଟି ଦେଶ ସଦସ୍ୟ ରହିଛନ୍ତି। ୧୪୮ଟି ଭୋଟ ମଧ୍ୟରୁ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୧୧୩ ଖଣ୍ଡ ଭୋଟ ମିଳିଥିଲା। ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ଭଦ୍ରକ ମହାବିଦ୍ୟାଳୟରୁ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ। ସେ ଏମ.ଏସସି(ପଦାର୍ଥ ବିଜ୍ଞାନ) ଏବଂ ପଦାର୍ଥ ବିଜ୍ଞାନରେ ପିଏଚ.ଡି କରିଛନ୍ତି। ପାଣିପାଗ କେନ୍ଦ୍ର ପୁଣେ, ପାଣିପାଗ ମୁଖ୍ୟାଳୟ ଦିଲ୍ଲୀ, ଭୁବନେଶ୍ବର ପାଣିପାଗ କେନ୍ଦ୍ରରେ କାମ କରିବା ସହିତ ବାଲେଶ୍ବର ଜିଲ୍ଲା ଜଳେଶ୍ବର ଡି.କେ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଛନ୍ତି। ୧୨ ଅଗଷ୍ଟ, ୧୯୬୫ରେ ଅବିଭକ୍ତ ବାଲେଶ୍ୱର ଜିଲା ତଥା ଏବେର ଭଦ୍ରକ ଜିଲା ଅନ୍ତର୍ଗତ ରାଜଗୁରୁପୁର ଗାଁରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ଜନ୍ମ।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..