Report Card Odisha

| Daily Odia News

ଧସିଲା ମାଟି ଅତଡ଼ା,୨୯ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦକ୍ଷିଣ ଇଥିଓପିଆର କେନ୍‌ଚୋ ସାଚା ଗୋଡ୍‌ଜି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡ଼ା ଧସି ପୋତି ହୋଇ ୨୯ଜଣଙ୍କର ମୃତ୍ୟୁ ହୋଇହାଛି । ବହୁ ଲୋକ ନିଖୋଜ ମଧ୍ୟ ଅଛନ୍ତି। ୫ଜଣ ଲୋକଙ୍କୁ ମାଟି ଅତଡ଼ା ତଳୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ କିଛିଦିନ ତଳେ ମାଟି ଅତଡ଼ା ଧସିବାରୁ ଏଥିରେ ଅତିକମ୍‌ରେ ୫୫ଜଣ ପୋତି ହୋଇଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ବହୁସଂଖ୍ୟକ ବ୍ୟକ୍ତି ପ୍ରୟାସ କରୁଥିବା ବେଳେ ପୁନର୍ବାର ମାଟି ଅତଡ଼ା ଧସି ସେମାନଙ୍କ ଉପରେ ପଡ଼ିବାରୁ ମୃତ୍ୟୁସଂଖ୍ୟା ବଢ଼ି ଯାଇଥିଲା। ମାଟି ତଳେ ପୋତି ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ପ୍ରଶାସନ ତରଫରୁ ଉଦ୍ୟମ ଜାରି ରହିଛି। ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଆବାଇ ଅହମ୍ମଦ ଦୁଃଖପ୍ରକାଶ କରିଛନ୍ତି। ସେହିପରି ବିରୋଧୀ ଦଳ ତରଫରୁ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଦର୍ଶାଯିବା ସହ ସରକାରଙ୍କ ଉଦ୍ଧାର କାର୍ଯ୍ୟ ପ୍ରତି ସମର୍ଥନ ବ୍ୟକ୍ତ କରାଯାଇଛି। ବର୍ଷାଋତୁରେ ପୂର୍ବ ଆଫ୍ରିକାରେ ମାଟି ଅତଡ଼ା ଧସି ଲୋକଙ୍କ ଜୀବନ ଯିବା ଏକ ସାଧାରଣ ଘଟଣା। କିଛିମାସ ତଳେ କେନିଆର ମାଟି ଅତଡ଼ା ଧସି ୪୫ଜଣଙ୍କ ଜୀବନ ଯାଇଥିଲା।

Breaking News