ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ିବା ପରେ ଦେଶର ଦାୟିତ୍ବରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ୍। ସେ ବର୍ତ୍ତମାନ ବାଂଲାଦେଶୀ ଜନତାଙ୍କୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ଗୁରୁବାର ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି) ଦ୍ୱାରା ପ୍ରତିବାଦ ଏବଂ ଗୋଟିଏ ଦିନ ପୂର୍ବରୁ ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନଙ୍କ ଦ୍ୱାରା କଡ଼ା ଚେତାବନୀ ପରେ ଏପରି କହିଛନ୍ତି ୟୁନୁସ୍। ସରକାରୀ ବିଭାଗ ଏବଂ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଛାତ୍ର ନେତାମାନେ ଏହି ସମୟରେ ଢାକାରେ ପ୍ରତିବାଦ ଆରମ୍ଭ କରିଛନ୍ତି। ସେନା କ୍ୟାଣ୍ଟନମେଣ୍ଟକୁ ମାର୍ଚ୍ଚ କରିବା ପାଇଁ ଯୁବକ ଏବଂ ଇସଲାମବାଦୀମାନଙ୍କୁ ଏକତ୍ର କରୁଛନ୍ତି। ୟୁନୁସଙ୍କ ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ସେ କହିଛନ୍ତି କି ଯଦି ସବୁ ପକ୍ଷରୁ ସମର୍ଥନ ନମିଳେ ତେବେ ମୁଁ ଇସ୍ତଫା ଦେଇଦେବି। ନିର୍ବାଚନ ଯେତେବେଳେ ବି ହୁଏ; ବାଂଲାଦେଶର ଶୀର୍ଷ ନେତା ଭାବେ ୟୁନୁସଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ। ଚାକିରି ସଂରକ୍ଷଣ ବିରୋଧରେ ଛାତ୍ରମାନଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଶେଖ ହସିନା ବିରୋଧୀ ଆନ୍ଦୋଳନରେ ପରିଣତ ହେବା ପରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୫, ୨୦୨୪ରେ ଢାକା ଛାଡି ପଳାଇବାକୁ ବାଧ୍ୟ ହୋଇଥିଲେ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..